ଆସାମ ବିଧାନସଭା ନିର୍ବାଚନ: ୨ୟ ଦଫାରେ କଂଗ୍ରେସର ୨୬ ଜଣିଆ ପ୍ରାର୍ଥୀ ତାଲିକା ଜାରି

ଆସାମ ବିଧାନସଭା ନିର୍ବାଚନ: ୨ୟ ଦଫାରେ କଂଗ୍ରେସର ୨୬ ଜଣିଆ ପ୍ରାର୍ଥୀ ତାଲିକା ଜାରି

ଆସାମ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ କଂଗ୍ରେସ ବୁଧବାର ନିଜର ୨ୟ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ୨୬ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳ ମୋହନ ପ୍ରକାଶ ଏବଂ ଜୟଦେବ ଜେନାଙ୍କୁ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛି ।  ୧୨୬ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ବିରୋଧୀ ଦଳ ଶନିବାର ପ୍ରଥମ ତାଲିକା ପ୍ରକାଶ କରିଥିଲା । ଏଥିରେ ୪୦ ଜଣଙ୍କୁ ସ୍ଥାନ ମିଳିଥିଲା । ଏହା ପୂର୍ବରୁ ନୂଆଁ ପାର୍ଟି ଆସାମ ଜାତୀୟ ପରିଷଦ ରବିବାର ନିଜର ୫୦ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । 

ସୂଚନାଯୋଗ୍ୟ, ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୭, ୨ୟ ପର୍ଯ୍ୟାୟ ଏପ୍ରିଲ ୧ ଓ ଅନ୍ତିମ ତଥା ତୃତୀୟ ପର୍ଯ୍ୟାୟ ଏପ୍ରିଲ ୬ରେ ହେବ । ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ପୁଡୁଚେରୀ ସହିତ ଆସାମର ନିର୍ବାଚନ ଫଳାଫଳ ମେ’ ମାସ ୨ ତାରିଖରେ ପ୍ରକାଶ ପାଇବ । 

Leave a Reply

Your email address will not be published. Required fields are marked *