ସିଲଭର ସିଟି କଟକରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ ; ଜଣେ ଗିରଫ

ସିଲଭର ସିଟି କଟକରୁ ବିପୁଳ ପରିମାଣର ଚନ୍ଦନ କାଠ ଜବତ ; ଜଣେ ଗିରଫ

କଟକରୁ ଜବତ ହେଲା ପାଖାପାଖି ଏକ କ୍ୱିଣ୍ଟାଲ ପରିମାଣର ଚୋରା ଚନ୍ଦନ କାଠ । ଚୋରା କାଠ ଜବତ ସହ ଜଣେ ଚାଲାଣକାରୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଜବତ ଚନ୍ଦନ କାଠ ଓଜନ ୯୨ କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା । ଚୌଦ୍ୱାର ଥାନା ଅଧୀନରେ ଥିବା ଶ୍ରୀକ୍ଷେତ୍ର ଜଙ୍ଗଲରୁ ଏହି ଚନ୍ଦନ କାଠ ଅଣାଯାଇଛି ବୋଲି ଚାଲାଣକାରୀ ପୋଲିସକୁ କହିଛି । ତେବେ ଚୌଦ୍ୱାର ଥାନା ଅଞ୍ଚଳରେ ଚନ୍ଦନ କାଠର ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ଖବର ମିଳିଥିଲା । ଯାହାକୁ ନେଇ ତଦନ୍ତ ଆରମ୍ଭ କରି ଚାଲାଣକାରୀଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଚାଲାଣକାରୀ ନାଁ ରସାନନ୍ଦ ସାବୁ ହୋଇଥିବା ବେଳେ ସେ ଟାଙ୍ଗୀ ଅଞ୍ଚଳର ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ । ତେବେ ଏହି ଚାଲାଣରେ ସଂପୃକ୍ତ ଅନ୍ୟ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ କମିଶନରେଟ ପୋଲିସ ତଦନ୍ତ କରୁଛି

ବୋଲି ସୂଚନା ଦେଲେ ଡିସିପି ।

Leave a Reply

Your email address will not be published. Required fields are marked *