ଶିମିଳିପାଳ ଜଙ୍ଗଲର ଲାଗିଥିବା ନିଆଁ ପ୍ରସଙ୍ଗ ଦିଲ୍ଲୀରେ ପହଁଚିଲା –

ଶିମିଳିପାଳ ଜଙ୍ଗଲର ଲାଗିଥିବା ନିଆଁ ପ୍ରସଙ୍ଗ ଦିଲ୍ଲୀରେ ପହଁଚିଲା –

ମାସେ ହେବା ଜଙ୍ଗଲରେ ନିଆଁ ଲାଗିବ ନେଇ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡ କରଙ୍କୁ ଭେଟି ସବିଶେଷ ତଥ୍ୟ ଦେଇଛନ୍ତି ଓଡ଼ିଶା ବିଜେପିର ୯ ଜଣ ସାଂସଦ।

କେନ୍ଦ୍ରରୁ ଗୋଟିଏ ବିଶେଷଜ୍ଞ ଟିମ୍ ଓଡ଼ିଶା ପଠାଇ ରାଜ୍ୟରେ ଯେଉଁ ଟିମ୍ କାମ କରୁଛି ତାକୁ ସହାୟତା ଦେବାକୁ ଅନୁରୋଧ କରିଛନ୍ତି ସାଂସଦ।  ସାଂସଦମାନଙ୍କ ଅନୁରୋଧ କ୍ରମେ ଆସନ୍ତା କାଲି ଟିମ୍ ପାଠ ଯିବ ବୋଲି କହିଥିବା ସାଂସଦ ବିସ୍ଵେଶ୍ୱର ଟୁଡୁ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଟାକ୍ସଫୋର୍ସ ଗଠନ ମିଥ୍ୟା ବୋଲି ରାଜ୍ୟ ସରକାରଙ୍କୁ ଆକ୍ଷେପ କରିଛନ୍ତି ଟୁଡୁ । ମାସେ ହେଲା ୬୫୦ ସ୍ଥାନରେ ନିଆଁ ଲାଗୁଛି କିନ୍ତୁ ସରକାର ଏଠି ପ୍ରତି ଧ୍ୟାନ ଦେଇ ନଥିବା କହିଛନ୍ତି ଟୁଡୁ।

ଏହା ସହ କ୍ୟାମ୍ପ ଫଣ୍ଡରେ ଓଡ଼ିଶାରେ ଜଙ୍ଗଲ ବିସ୍ତାର ପାଇଁ କେନ୍ଦ୍ର ସରକାର ୬ ହଜାର କୋଟି ଟଙ୍କା ଦେଇଥିଲେ ତାହାକୁ କିପରି ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ଏବଂ କିପରି କରିଛନ୍ତି ତାର ରିପୋର୍ଟ ରାଜ୍ୟ ସରକାରଙ୍କୁ ମାଗିବାକୁ ମଧ୍ୟ ଅନୁରୋଧ କରିଛନ୍ତି ସାଂସଦ।  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ଟିମ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଭେଟଛନ୍ତି। ସାଂସଦ ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ବିଶ୍ୱେଶ୍ୱର ଟୁଡୁ, ଅପରାଜିତା ଷଡ଼ଙ୍ଗୀ,ରଘୁନାଥ ମହାପାତ୍ର ସମେତ ୯ ଜଣ ସାଂସଦ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *