ପ୍ରସ୍ତୁତ ହେଲା ଶ୍ରୀମନ୍ଦିର ପାଇଁ 202 କୋଟି ଟଙ୍କାର ବଜେଟ, ରଥଯାତ୍ରା ପାଇଁ 11 କୋଟି ବ୍ୟୟବରାଦ-

ପ୍ରସ୍ତୁତ ହେଲା ଶ୍ରୀମନ୍ଦିର ପାଇଁ 202 କୋଟି ଟଙ୍କାର ବଜେଟ, ରଥଯାତ୍ରା ପାଇଁ 11 କୋଟି ବ୍ୟୟବରାଦ-

202 କୋଟି ଟଙ୍କା ବଜେଟ ପ୍ରସ୍ତୁତ କଲା ଶ୍ରୀମନ୍ଦିର ଅର୍ଥ ସବ କମିଟି  । ଆଗାମୀ ପରିଚାଳନା କମିଟିରେ ହେବ ଅନୁମୋଦିତ  । ଏନେଇ ଶ୍ରୀମନ୍ଦିର ମୂଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି  ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଅର୍ଥ ସବ୍ କମିଟି ବୈଠକ ଶେଷ ହୋଇଛି  । ଏଥର ବଜେଟରେ ରଥଯାତ୍ରା ପାଇଁ 11 କୋଟି ବ୍ୟୟ ବରାଦ କରାଯାଇଛି  । ସେବାୟତଙ୍କ ସୁରକ୍ଷା ଓ ଚିକିତ୍ସା ପାଇଁ 50 ଲକ୍ଷ ବ୍ୟୟ ବରାଦ ହୋଇଛି  । 5 କୋଟି ଟଙ୍କା ସେବାୟତଙ୍କ ସହାୟତା ପାଇଁ ବ୍ୟୟବରାଦ କରାଯାଇଛି  । 17 ଏକର ଜମିରେ ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଈଁ ସ୍ୱତନ୍ତ୍ର ବ୍ୟୟ ବରାଦ ହୋଇଛି  । 2 ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଛି  । ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା କରାଯିବ  । ଖଣି ଖାଦାନରୁ 10 କୋଟିରୁ ଅଧିକ ରାଜସ୍ବ ସଂଗ୍ରହ କରାଯିବ  । ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବ  । ବ୍ୟାଙ୍କ ସୁଧରୁ ଅଧିକ ପଇସା ଆସୁନଥିବାରୁ ଅନ୍ୟ ବ୍ୟବସ୍ଥା କରାଯିବ  । ଭକ୍ତଙ୍କ ଦାନ ଅର୍ଥ ବଢେଇବା ପାଇଁ ବ୍ୟବସ୍ଥା କରାଯିବ  । ଶ୍ରୀମନ୍ଦିର ଛଡା ବିଭିନ୍ନ ସ୍ଥାନରେ ହୁଣ୍ଡି ସ୍ଥାପନ କରାଯିବ  । 2023 ରଥଯାତ୍ରା ପୂର୍ବରୁ ସ୍ଥାୟୀ ଜମା 1000 କୋଟି କରିବା ପାଈଁ ଉଦ୍ୟମ କରାଯିବ  । ଏୟାରପୋର୍ଟ ଓ ରେଳଷ୍ଟେସନରେ ଶ୍ରୀମନ୍ଦିର ହୁଣ୍ଡି ରଖାଯିବ  । ପଥର କ୍ୱାରୀ ଲିଜ ଲଗାଇ ଆୟ ବୃଦ୍ଧି କରାଯିବାକୁ ଯୋଜନା କରାଯାଇଛି  । ଚଳିତ ବର୍ଷରେ ପଥର କ୍ୱାରୀରୁ 10 କୋଟି ଆୟ ଯୋଜନା ରହିଛି  । ଏବେ ଶ୍ରୀମନ୍ଦିର ପାଣ୍ଠି ପ୍ରାୟ 650 କୋଟିରୁ ଅଧିକ ରହିଛି  । ଆସନ୍ତାବର୍ଷ ସୁଦ୍ଧା ଶ୍ରୀମନ୍ଦିର ପାଣ୍ଠି 750 କୋଟିକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି  । 2023 ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପାଣ୍ଠି 1 ହଜାର କୋଟି ପାଇଁ ଟାର୍ଗେଟ ରଖାଯାଇଛି  । ବଡଦାଣ୍ଡ ଓ ଶ୍ରୀମନ୍ଦିର ଭିତରେ ସୁରକ୍ଷା ପାଇଁ କଡା ପଦକ୍ଷେପ ନିଆଯିବ  ।  ଏନଏସଜିକୁ ସୁରକ୍ଷା ବ୍ୟବସ୍ଥା ନେଇ ଅବଗତ କରାଯିବ  ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧକ୍ଷତାରେ ଅର୍ଥ ସବ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ଅର୍ଥ ସବ୍ କମିଟି ବୈଠକରେ 2021-22ର ବାର୍ଷିକ ବଜେଟ୍ ଅଟକଳ ଉପସ୍ଥାପନ କରାଯାଇଛି । ଶ୍ରୀମନ୍ଦିରର ଆୟବ୍ୟୟର ମଧ୍ୟ  ଅଟକଳ କରାଯାଇଛି ।

Leave a Reply

Your email address will not be published. Required fields are marked *