କଳାହାଣ୍ଡିରେ ଲୁଟେରା ଆତଙ୍କ । ଜୁନାଗଡ଼ କଲମପୁର ଛକ ନିକଟରେ ଥିବା ସୁନା ଦୋକାନରୁ 15 ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଗହଣା ଲୁଟ ଅଭିଯୋଗ ହୋଇଛି ।
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ କଲମପୁର ଛକ ସୁନା ଦୋକାନ କାଞ୍ଚନ ଜୁଏଲର୍ସରୁ ଲୁଟ ହୋଇଛି । ଆଜି ସକାଳୁ ସୁନା ଦୋକାନୀ ରଞ୍ଜନ କୁମାର ସାହୁ ଦୋକାନ ର ତାଲା ଖୋଲୁଥିବା ବେଳେ ଏହି ଲୁଟ ହୋଇଛି । ଘରୁ ନେଇ ଆସିଥିବା ସୁନା ଓ ରୁପା ବ୍ୟାଗକୁ ତଳେ ରଖି ତାଲା ଖୋଲୁ ଖୋଲୁ ତଳେ ରଖାଯାଇ ଥିବା ସୁନା ବ୍ୟାଗ ଧରି ଲୁଟେରା ଫେରାର ହୋଇଯାଇଛି । 2 ଜଣ ହେଲମେଟ ପିନ୍ଧି ମୁହଁରେ ମାସ୍କ ଲଗେଇ ପୂର୍ଵ ଯୋଜନା ମୁତାବକ ଛପି ରହି ଏହି ଲୁଟ କରିଥିବା ସୂଟନା ମିଳିଛି ।
ମୌକା ମିଳିବା ପରେ ସୁନା ଓ ରୁପା ବ୍ୟାଗ ଧରି ଲୁଟେରା ଚମ୍ପଟ ମାରିଛି । ଜଣେ ବ୍ୟାଗ ଲୁଟ କରିବା ପରେ କଳା ପଲସର ଧରି ଜଗି ରହିଥିବା ଲୁଟେରା ସହ ଫେରାର ହୋଇଛି । ସିସିଟିଭିରେ କଏଦ ହୋଇଛି ସୁଟର ଦୃଶ୍ୟ । ଲୁଟ ସୁନା ଓ ରୂପାର ଆନୁମାନିକ ମୂଲ୍ୟ 15 ଲକ୍ଷରୁ ଉର୍ଦ୍ଧ୍ଵ ବୋଲି ଜଣାପଡିଛି । ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
