ମୃତ୍ୟୁ ଏମିତି ବି ଆସେ : ଟ୍ରକ ଧକ୍କାରେ ଭାଇଭଉଣୀ ମୃତ, ବାପାମାଆ ଗୁରୁତର

ମୃତ୍ୟୁ ଏମିତି ବି ଆସେ : ଟ୍ରକ ଧକ୍କାରେ ଭାଇଭଉଣୀ ମୃତ, ବାପାମାଆ ଗୁରୁତର

ଗଞ୍ଜାମ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା  । ଟ୍ରକ ଧକ୍କାରେ ଭାଇଭଉଣୀ ମୃତ ଓ ବାପା ମାଆ ଗୁରୁତର । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି  ।

ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବଳିଆରେ ଏକ ବାଇକରେ ବାପା, ମାଆ, ଭାଇ ଭଉଣୀ ଯାଉଥିଲେ । ପଛରୁ ଆସୁଥିବା ଏକ ଟ୍ରକ ଏନଏଚ ଗଣ୍ଡାପାଲି ନିକଟରେ ବାଇକ ଉପରେ ଚଢି ଯିବାରୁ 2ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ 2 ଭାଇଭଉଣୀ  । 10 ବର୍ଷ ବୟସର ଭାଇ ଓ 7 ବର୍ଷର ଭଉଣୀର ମୃତ୍ୟୁ ଘଟିଛି  । ବାପା ମାଆ ଦୁଇଜଣ ଗୁରୁତର ହୋଇଛନ୍ତି  । ସେମାନଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି  । ବାଇକକୁ ଧକ୍କା ଦେଇଥିବା ଟ୍ରକ ଜବତ ସହ ଡ୍ରାଇଭରକୁ ଅଟକ ରଖାଯାଇଛି  ।

Leave a Reply

Your email address will not be published. Required fields are marked *