ଅଦା ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ବେଳେ ପୁଲିସ ହାତରେ ଦୁଇ ଅଭିଯୁକ୍ତ ଧରାପଡିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ପୁଲିସ ସ୍ଥାନୀୟ ମଝିଘରିଆଣି ମନ୍ଦିର ନିକଟରେ ଗାଡ଼ିକୁ ଅଟକାଇଥିଲା। ତେବେ ଯାଞ୍ଚ ବେଳେ ଉକ୍ତ ଟ୍ରକରେ ଗଞ୍ଜେଇ ପରିବହନ ହେଉଥିବା ଜଣାପଡିବା ପରେ ଗାଡିଟିକୁ ଥାନାରେ ଅଟକ ରଖାଯାଇଛି । ଉକ୍ତ ଟ୍ରକରେ ପରିବହନ ହେଉଥିବା ୨୦ଟନ ଅଦା ସହିତ ୧୯୦କେଜି ଗଞ୍ଜେଇ ଜବତ ହୋଇଛି ।
ଚାଳକ ଓ ହେଲ୍ପରକୁ ପୁଲିସ ଗିରଫ କରିଥିବା ଥାନା ଅଧିକାରୀ ନିହାର ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି । ଘଟଣାରୁ ପ୍ରକାଶ ଯେ, ପଡୋଶୀ କୋରାପୁଟ ଜିଲ୍ଲା ପାଡୁଅ ଅଞ୍ଚଳରୁ ଏହି ଅଦା ବୋଝେଇ ଟ୍ରକଟି ରାୟପୁର ଅଭିମୁଖେ ଯାଉଥିଲା ।ତେବେ ଅଦା ସହିତ ବିପୁଳ ପରିମାଣର ଗଞ୍ଜେଇ ମଧ୍ୟ ପରିବହନ ହେଉଥିବା ରାୟଗଡା ପୁଲିସ ସୁରାକ ପାଇବା ପରେ ଆତର୍କିତ ଚଢ଼ଉ କରିଥିଲା।
