ରାଉରକେଲା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ତିନି ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ

ରାଉରକେଲା ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାର ତିନି ଅଭିଯୁକ୍ତ ଗିରଫ, ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ

ଗତବର୍ଷ ଏକ ଘରୋଇ କଂପାନିର ଜନୈକ କର୍ମଚାରୀ ପିଙ୍କୁ ସୁନା ନାମକଙ୍କ ଠାରୁ ତିନି ଅଭିଯୁକ୍ତ ସିଭିଲଟାଉନସିପର ତାରିଣୀ ମନ୍ଦିର ନିକଟରେ ୨୪ ଲକ୍ଷ ଟଙ୍କା ଲୁଟ କରିଥିଲେ । ତେବେ ଏହି ଘଟଣା ରେ ଆଜି ସକାଳେ ରଘୁନାଥପାଲୀ ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଛି ଏବଂ ଏମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଖଣ୍ଡା ସହ ଏକ ବାଇକ ଜବତ କରାଯାଇଛି । ଅଭିଯୁକ୍ତ ତିନି ଜଣଙ୍କ ମଧ୍ୟରେ ଡିଲକ୍ସ ଲେନର ଆଶୁତୋଷ ଝା, ଡେଲିମାର୍କେଟର ମୋହିତ ରାୟ ଓ ଦୀପକ କୁମର ସାହୁ ଥିବା ଜଣାଯାଇଛିା 

ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଏକ ଘରୋଇ କଂପାନିର ପିଙ୍କୁ ସୁନା ନାମକ ଜନୈକ କର୍ମଚାରୀଙ୍କ ଠାରୁ ତିନି ଅଭିଯୁକ୍ତ ସିଭିଲଟାଉନସିପର ତାରିଣୀ ମନ୍ଦିର ନିକଟରେ ଲୁଟ କରିଥିଲେ। ଏନେଇ କଂପାନିର କ୍ୟାସ୍ ମ୍ୟାନେଜର୍ ଧନେଶ୍ବର ମହାନ୍ତି ଥାନାରେ ଏତଲା ଦେଇଥିଲେ। ଏସଂପର୍କରେ ରାଉରକେଲା ଏସପି ମୁକେଶ କୁମାର ଭାମୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *