ମହାରାଷ୍ଟ୍ରରେ ଭୟାବହ ହେଲାଣି କରୋନା ଅବସ୍ଥା, ନାଗପୁରରେ ପୁଣି ଲାଗିଲା ଲକଡାଉନ

ମହାରାଷ୍ଟ୍ରରେ ଭୟାବହ ହେଲାଣି କରୋନା ଅବସ୍ଥା, ନାଗପୁରରେ ପୁଣି ଲାଗିଲା ଲକଡାଉନ

ମହାରାଷ୍ଟ୍ରରେ ଦିନକୁ ଦିନ ବଢ଼ୁଥିବା କରୋନା ଭାଇରସ ଯୋଗୁଁ ପରିସ୍ଥିତି ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ମହାରାଷ୍ଟ୍ରରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ସରକାର ନାଗପୁରରେ ଏକ ସପ୍ତାହ ପାଇଁ ସମ୍ପୂର୍ଣ୍ଣ ଲକଡାଉନ ଲଗାଇଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କୋଭିଡ ଟିକା ଗ୍ରହଣ କରିଛନ୍ତି। ଔରଙ୍ଗାବାଦ ସହରରେ ଲକ୍‌ଡାଉନ୍‌ ଲାଗୁ କରାଯାଇଥିବା ବେଳେ ନାଗପୁର ସହରରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ନାଗପୁରର ସହରୀ ଅଞ୍ଚଳରେ ୧୫ମାର୍ଚ୍ଚରୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଗୁରୁବାର ଦିନ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ, ୧୫ ରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ତେବେ ଏହି ଲକ୍‌ଡାଉନ୍‌ ଅବଧି ସମୟରେ କେବଳ ଆବଶ୍ୟକ ସେବା ଯୋଗାଇଦିଆଯିବ । ଏହାପୂର୍ବରୁ ଗତମାସରେ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ, କୋଚିଂ ସଂସ୍ଥା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୂର୍ବରୁ ବଜାର ଖୋଲିବାକୁ ଅନୁମତି ଥିଲେ ମଧ୍ୟ ଏବେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରାଯାଇଛି । ରାଜ୍ୟରେ ପୂର୍ବରୁ ସାମାଜିକ, ରାଜନୈତିକ ଓ ଧାର୍ମିକ କାର୍ଯ୍ୟକ୍ରମ ଉପରେ ରୋକ ଲଗାଯାଇଛି ।

Leave a Reply

Your email address will not be published. Required fields are marked *