କର୍ଣ୍ଣାଟକ ବ୍ୟାଟସମାନଙ୍କ ବିଜୟ – ହଜାରେ ଟ୍ରଫିର ଗୋଟିଏ ସିଜିନରେ ଅଧିକ ସ୍କୋର କରିବା ରେକର୍ଡକୁ ଭାଙ୍ଗିଛନ୍ତି ମୁମ୍ବାଇ ଓପନର ପୃଥ୍ୱୀ ଶ ଏବଂ କର୍ଣ୍ଣାଟକ ଓପନର ଦେବଦୂତ ପାଡିକଲ. ୨୦୧୮ ବିଜୟ- ହଜାରେ ଟ୍ରଫିରେ ମୟଙ୍କ କର୍ଣ୍ଣାଟକ ପକ୍ଷରୁ ୭୨୩ ରନ କରିଥିଲେ. ଖରାପ ପ୍ରଦର୍ଶନ ପାଇଁ ଭାରତୀୟ ଟେଷ୍ଟ ଦଳରୁ ବାଦ ପଡ଼ିଥିବା ପୃଥ୍ୱୀ ଶ ବର୍ତ୍ତମାନ ସୁଦ୍ଧା ବିଜୟ- ହଜାରେ ଟ୍ରଫିରେ ୭ ଟି ମ୍ୟାଚରୁ ଗୋଟିଏ ଦ୍ୱିଶତକ ଏବଂ ତିନୋଟି ଶତକ ସହ ୭୫୪ ରନ ସ୍କୋର କରିଛନ୍ତି. ସେହିପରି ୨୦୨୦ ଆଇପିଏଲ ସିଜିନରେ ଆରସିବି ପକ୍ଷରୁ ଚମତ୍କାର ବ୍ୟାଟିଙ୍ଗ ପ୍ରଦର୍ଶନ କରିଥିବା ଦେବଦୂତ ପାଡ଼ିକଲ ୭ ଟି ମ୍ୟାଚରୁ ୪ ଟି ଶତକ ଏବଂ ତିନୋଟି ଅର୍ଦ୍ଧ ଶତକ ସହ ୭୩୭ ରନ ସ୍କୋର କରିଛନ୍ତି ।
