ବଲାଙ୍ଗୀରର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କଲେ –

ବଲାଙ୍ଗୀରର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ଗ୍ରହଣ କଲେ –

ଦେଶର ଅଗ୍ରଣୀ ପବ୍ଲିକ ସେକ୍ଟର ବ୍ୟାଙ୍କ (ପିଏସବି) ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଓଡିଶାର ଦେବଦତ୍ତ ଚାନ୍ଦ ନିଯୁକ୍ତି ମିଳିଛି  । ୨୦୨୧ ମାର୍ଚ୍ଚ ୧୦ରୁ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାନ୍ଦ ତିନି ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ବରେ ରହିବେ  । ବ୍ୟାଙ୍କ ଅଫ୍ ବରୋଦାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ ହେବା ପୂର୍ବରୁ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ମୁମ୍ବାଇର ମୁଖ୍ୟ ଜେନେରାଲ ମ୍ୟାନେଜର (ସିଜିଏମ) ଭାବରେ କାର୍ଯ୍ୟ କରୁଥିଲେ।

ବଲାଙ୍ଗୀର ସହରରେ ଜନ୍ମଗ୍ରହଣ କରିଥିବା ଶ୍ରୀଯୁକ୍ତ ଚାନ୍ଦ ସେଠାକାର ପ୍ରୀତି ରାଜ (PR) ଉଚ୍ଚ ବିଦ୍ୟାଳୟରେ ତାଙ୍କର ଶିକ୍ଷାଗ୍ରହଣ ଶେଷ କରିଥିଲେ। ସେ ଭୁବନେଶ୍ବରସ୍ଥିତ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି କଲେଜର ପୁରୁଣା ଆଲୁମିନି ।  ଏହା ବ୍ୟତୀତ ନିବେଶ ବ୍ୟାଙ୍କିଙ୍ଗ୍ ଏବଂ ବଜାର ବିପଦ ପରିଚାଳନାରେ ତାଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ଭାରତର କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ ସହିତ ମଧ୍ୟ କାର୍ଯ୍ୟ କରିଛନ୍ତି । ସୂଚନାଯୋଗ୍ୟ, ଦେବଦତ୍ତ ଚାନ୍ଦଙ୍କ ସମେତ ସିଜିଏମ ଏବଂ ଜିଏମ ଭାବେ ମୋଟ ୧୪ ଜଣ ବ୍ୟାଙ୍କରଙ୍କୁ ବିଭିନ୍ନ ପବ୍ଲିକ୍ ସେକ୍ଟର ବ୍ୟାଙ୍କଗୁଡିକରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଛି।

Leave a Reply

Your email address will not be published. Required fields are marked *