ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ବନ୍ଧୁକ ଜବତ

ଶିମିଳିପାଳ ଜଙ୍ଗଲରେ ନିଆଁ ଲଗାଉଥିବା ଶିକାରୀ ଗିରଫ, ୭ କିଲୋ ଝିଙ୍କ ମାଂସ ସହ ବନ୍ଧୁକ ଜବତ

ଗତ କିଛି ଦିନ ହେବ ଜଳୁଛି ଶିମିଳିପାଳ । ନିଆଁ ବିସ୍ତୀର୍ଣ୍ଣ ଅଞ୍ଚଳକୁ ଗିଳି ଦେଇଛି । ଓଡ୍ରାଫ, ଅଗ୍ନିଶମ ବାହିନୀ ସହ ବନ ବିଭାଗ ଟିମ୍ ନିଆଁ ଲିଭା କାମରେ ଲାଗିଥିଲେ । ଗତକାଲି ଶିମିଳିପାଳରେ ବର୍ଷା ପରେ ଜଙ୍ଗଲ ନିଆଁ ଆୟତ୍ତକୁ ଆସିଛି । ଜଙ୍ଗଲ ନିଆଁରୁ ୯୫ ପ୍ରତିଶତ ମନୁଷ୍ୟକୃତ ହୋଇଥିବା ବେଳେ ୫ ପ୍ରତିଶତ ପ୍ରାକୃତିକ କାରଣରୁ ଲାଗିଥାଏ । କିନ୍ତୁ ଆଜି ଶିମିଳିପାଳ ପୋଡ଼ାଡିହା ରେଞ୍ଜରେ ନିଆଁ ଲଗାଉଥିବା ବେଳେ ଜଣେ ଶିକାରୀ ଗିରଫ । ତାକୁ ଧରିଛି ବନ ବିଭାଗ ଟିମ୍ ।

ଗିରଫ ଶିକାରୀଙ୍କ ନାଁ ଅନ୍ତରା ସିଂ । ନିକଟରୁ ୭ କିଲୋ ଝିଙ୍କ ମାଂସ ସହ ଏକ ଦେଶୀ ବନ୍ଧୁକ ଓ କୁରାଢ଼ୀ ଜବତ ହୋଇଛି । ନିଆଁ ଲଗାଉଥିବା ବେଳେ ତାଙ୍କୁ ଧରିଛି ବନ ବିଭାଗ । ତାଙ୍କୁ ପଚରାଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *