ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସବୁ ପାସ୍

ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ସବୁ ପାସ୍

ମହାମାରୀ କରୋନା ସଂକଟ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ରହିଛି  । କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ପାସ କରାଯିବ ବୋଲି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି  । ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ ବୋଲି କହିଛନ୍ତି ମନ୍ତ୍ରୀ  ।ବିନା ବାର୍ଷିକ ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରାଯିବ । ହେଲେ ଏପର୍ଯ୍ୟନ୍ତ ୨୦୨୦-୨୧ ଶିକ୍ଷାବର୍ଷରେ ପଢ଼ୁଥିବା ପ୍ରଥମରୁ ଅଷ୍ଟମ ପିଲା ସ୍କୁଲ ଯାଇ ପାଠପଢା ଆରମ୍ଭ ହୋଇପାରିଲା ନାହିଁ । ପ୍ରଥମରୁ ଅଷ୍ଟମ ପିଲା କ୍ଲାସ ଆସିନାହାନ୍ତି । ଏପଟେ ଅନ୍ୟ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତ୍ତମାନ ସ୍ଥିତିରେ ରାଜ୍ୟରେ ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ  । ତେଣୁ ଚଳିତବର୍ଷ ମଧ୍ୟ ବିନା ପରୀକ୍ଷାରେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀଙ୍କୁ ପାସ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏନେଇ ବିଧିବଦ୍ଧ ନିଷ୍ପତି ହୋଇନଥିଲେ ମଧ୍ୟ ଏହା ହିଁ ସ୍ଥିର ହୋଇଛି ବୋଲି ସୂଚନା ଦିଆଯାଇଛି  ।

ନବମରୁ ଦ୍ୱାଦଶ ସ୍କୁଲରେ କ୍ଲାସ ଚାଲିଥିବାରୁ ସେମାନଙ୍କର ଅଫଲାଇନରେ ଚଳିତ ବର୍ଷ ପରୀକ୍ଷା ହେବ  । ତେବେ ଏପ୍ରିଲରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହୋଇ ନପାରେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *