ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଆହତ

ଟ୍ରାକ୍ଟର ଓଲଟି ଜଣେ ମୃତ, ଦୁଇ ଆହତ

ଗଜପତି ଜିଲ୍ଲା ମୋହନା ଥାନା ଜିରାଙ୍ଗ ପଞ୍ଚାୟତ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ମୋହନା ଥାନା ବାଉଁଶୁରୀ ଗ୍ରାମର ନୀଳକଣ୍ଠ ଗମାଙ୍ଗ । ଆହତ ମାନେ ହେଉଛନ୍ତି ଶିବ ଶବର ଏବଂ ରାଜିବ ଶବର । ସୂଚନା ଅନୁସାରେ, ବାଉଁଶୁରୀ ଗ୍ରାମରୁ ଡ୍ରାଇଭର ସମେତ ଆଉ ଚାରିଜଣ ଲେବରକୁ ନେଇ ଖସଡ଼ା ନଦୀକୁ ବାଲି ବୋଝେଇ କରିବା ପାଇଁ ଯିବା ବେଳେ ଜିରାଙ୍ଗ ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ରାସ୍ତା କଡକୁ ଖସିପଡିଥିଲା । ଫଳରେ ଘଟଣା ସ୍ଥଳରେ ନୀଳକଣ୍ଠଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ଦୁଇଜଣଙ୍କୁ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Leave a Reply

Your email address will not be published. Required fields are marked *