ବରିଷ୍ଠ IFS ଅଧିକାରୀ ଶିଶିର କୁମାର ରଥ ହେଲେ ନୂଆ PCCF

ବରିଷ୍ଠ IFS ଅଧିକାରୀ ଶିଶିର କୁମାର ରଥ ହେଲେ ନୂଆ PCCF

 ବରିଷ୍ଠ ଆଇଏଫଏସ ଅଧିକାରୀ ଶିଶିର କୁମାର ରଥଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଶିଶିର କୁମାର ରଥଙ୍କୁ ଏହି ପଦବୀରେ ନିଯୁକ୍ତି ମିଳିଛି । ଜଙ୍ଗଲ ବିଭାଗର ପୂର୍ବତନ ପିସିସିଏଫ ଶଶୀ ପଲଙ୍କ ଅବସର ପରେ ପଦବୀ ଖାଲି ଥିଲା । ସେହି ପଦବୀରେ ଶିଶିର ରଥଙ୍କୁ ନିଯୁକ୍ତି ମିଳିଛି । ଏଥିସହିତ ତାଙ୍କୁ ଫରେଷ୍ଟ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ନିଯୁକ୍ତି ମିଳିଛି । ସେ ରାଜ୍ୟ ଫରେଷ୍ଟ ଫୋର୍ସର ମୁଖ୍ୟ ଦାୟିତ୍ୱ ନିର୍ବାହ କରିବେ । ଶିଶିର ରଥଙ୍କୁ ଏହି ପଦବୀକୁ ପଦୋନ୍ନତି ଦିଆଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।  ଶିଶିର ରଥ ବର୍ତ୍ତମାନ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟରେ ଅତିରିକ୍ତ ମହାନିର୍ଦ୍ଦେଶକ ପଦବୀରେ କାର୍ଯ୍ୟ କରୁଛନ୍ତି । ସେ ୧୯୮୭ ବ୍ୟାଚର ଏହି ଆଇଏଫଏସ ଅଫିସର  ।

Leave a Reply

Your email address will not be published. Required fields are marked *