ଟ୍ରଲରକୁ ଧକ୍କା ଦେଲା ଟ୍ରକ୍‌ ଦୁର୍ଘଟଣା ରେ ଜଣେ ମୃତ

ଟ୍ରଲରକୁ ଧକ୍କା ଦେଲା ଟ୍ରକ୍‌ ଦୁର୍ଘଟଣା ରେ ଜଣେ ମୃତ

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାଣିପୋଷି ଛକ ନିକଟରେ ଏକ ଦୁର୍ଘଟଣା ରେ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପାଣିପୋଷି ଛକ ନିକଟରେ ଏକ ଟ୍ରଲରକୁ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଧକ୍କା ଦେବାରୁ ଟ୍ରକ୍ ଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏବଂ ଏହି ଦୁର୍ଘଟଣା ରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଟ୍ରକ୍ ଟି ବାଙ୍ଗିରିପୋଷି ଥାନା ବୁଡାମରାରୁ ଧାନ ବୋଝେଇ କରି ପଶ୍ଚିମବଙ୍ଗ ଯାଉଥିବା ବେଳେ ପାଣିପୋଷି ଛକ ନିକଟରେ ଏକ ଗହମ ବୋଝେଇ ଟ୍ରକ୍ କୁ ଧକ୍କା ଦେଇଥିଲା । ମାତ୍ରଧିକ ମଦ୍ୟପାନ ଯୋଗୁ ଏଭଳି ମର୍ମନ୍ତୁଦ ଦୂର୍ଘଟଣା ହୋଇଥିବା ସ୍ପଷ୍ଟ ହୋଇଥିବା ବେଳେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଓ ଟ୍ରଲର ହେଲପର ଉଭୟ ଫେରାର ଥିବା ଜଣାପଡିଛି । ଅନ୍ୟପଟେ ଘଟଣାସ୍ଥଳରେ ଝାରପୋଖରିଆ ଆଇଆଇସି ପହଞ୍ଚି ପୁରା ଘଟରାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *