୧୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌, ଯମୁନା ଏକ୍ସପ୍ରେସ୍‌ୱେରେ ଓଲଟିଲା, ୧୪ ଆହତ

୧୦୦ ଯାତ୍ରୀଙ୍କୁ ନେଇ ଯାଉଥିଲା ବସ୍‌, ଯମୁନା ଏକ୍ସପ୍ରେସ୍‌ୱେରେ ଓଲଟିଲା, ୧୪ ଆହତ

 ପ୍ରାୟ ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଘରୋଇ ବସ୍ ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲା ଦେଇ ଯାଇଥିବା ଯମୁନା ଏକ୍ସପ୍ରେସ୍‌ୱେରେ ଓଲଟିପଡ଼ିଛି । ଏହି ଦୁର୍ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖନ୍ଦୌଲି ଅଂଚଳରେ ଯାତ୍ରୀବସ୍ ଦ୍ରୁତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇଥିଲା । ଆଜି ଭୋର ସକାଳୁ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଅଂଚଳର ଲୋକେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । ଆତ୍ମାଦପୁର ସାର୍କିଲ ଅଫିସର ଅର୍ଚ୍ଚନା ସିଂହ ଗଣମାଧ୍ୟମକୁ କହିଛନ୍ତି, ବସ୍ ଦୁର୍ଘଟଣାରେ ୧୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Leave a Reply

Your email address will not be published. Required fields are marked *