ଭାରତୀୟ କ୍ରିକେଟ ଷ୍ଟାର ଯୁବରାଜ ସିଂହ ପୁଣି ଥରେ ଗର୍ଜିଛନ୍ତି । ରୋଡ ସେଫ୍ଟି ୱାଲ୍ଡ ସିରିଜ ୨୦୨୧ରେ ଯୁବରାଜ ସିଂହଙ୍କ ପ୍ରଦର୍ଶନରେ ଦର୍ଶକ ଉତ୍ସାହିତ ହୋଇଯାଇଥିଲେ । ଏହି ମ୍ୟାଚ୍ରେ ଯୁବରାଜ ସିଂହ ୨୦ଟି ବଲ ଖେଳି ଗୋଟିଏ ଚୌକା ଓ ୬ଟି ଛକା ମାରିଛନ୍ତି । ସେ ଅପରାଜିତ ୪୯ ରନ କରିଛନ୍ତି । କିନ୍ତୁ ଯୁବରାଜ ଯେତେବେଳେ ଗୋଟିଏ ଓଭରରେ ୪ଟି ଛକାମାରିଥିଲେ ଦର୍ଶକମାନେ ଷ୍ଟାଡିୟମରେ ବହୁତ ଉତ୍ସାହିତ ଦେଖାଯାଇଥିଲେ । ଚଳିତ ଶୃଙ୍ଖଳାରେ ଯୁବରାଜ ୧୩ ତାରିଖରେ ୨୨ଟି ବଲ ଖେଳି ୨ଟି ଚୌକା ଓ ୬ଟି ଛକା ବଳରେ ଅପରାଜିତ ୫୫ ରନ୍ କରିଥିଲେ । ସେ ଦକ୍ଷିଣ ଆଫ୍ରିକାର ବୋଲର ଜାନଡର ବ୍ରୁଇନଙ୍କ ୧୮ତମ ଓଭରରେ ୪ଟି ଛକା ମାରିଥିଲେ ।
ବୁଧବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଯୁବରାଜଙ୍କ ବ୍ୟତୀତ ସଚିନ ତେନ୍ଦୁଲକର ୪୨ଟି ବଲ ଖେଳି ୬୫ ରନ୍ କରିଥିଲେ । ବୀରେନ୍ଦ୍ର ସେହୱାଗ ୧୭ଟି ବଲ ଖେଳି ୩୫ ରନ କରିଥିଲେ । ଏତଦ ବ୍ୟତୀତ ୟୁସୁଫ ପଠାନ ୩୭ ଓ ମହମ୍ମଦ କୈଫ ୨୭ ରନ କରିଥିଲେ । ନିର୍ଦ୍ଧାରିତ ୨୦ ଓଭରରେ ଟିମ ସ୍କୋରକୁ ୩ ୱିକେଟ ବିନିମୟରେ ୨୧୮ରେ ପହଂଚାଇଥିଲା । ଭାରତୀୟ ଟିମ ଭଲ ବୋଲି କରିଥିବାରୁ ଏହି ମ୍ୟାଚକୁ ୧୩ ରନ୍ରେ ବିଜୟୀ ହୋଇପାରିଥିଲା । ଏଥି ସହିତ ଭାରତ ଶୃଙ୍ଖଳାର ଫାଇନାଲକୁ ପ୍ରବେଶ କରିଛି ।