ଅହମଦାବାଦର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ, ୪୬ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ନିୟନ୍ତ୍ରିତ

ଅହମଦାବାଦର ପ୍ଲାଷ୍ଟିକ କାରଖାନାରେ ଅଗ୍ନିକାଣ୍ଡ, ୪୬ଟି ଦମକଳ ଗାଡ଼ି ଦ୍ୱାରା ନିଆଁ ନିୟନ୍ତ୍ରିତ

ଗୁଜରାଟର ଅହମଦାବାଦରେ ଥିବା ଏକ ପ୍ଲାଷ୍ଟିକ କାରଖାନାରେ ନିଆଁ ଲାଗିଛି । ଭତବା ଅଂଚଳରେ ଥିବା ଏହି ପ୍ଲାଷ୍ଟିକ କାରଖାନାରେ ଶୁକ୍ରବାର ସନ୍ଧ୍ୟାରେ ନିଆଁ ଲାଗିବା ନେଇ ସୂଚନା ମିଳିବା ପରେ ଦମକଳ ବାହିନୀର ୪୬ଟି ଗାଡ଼ି ଘଟଣାସ୍ଥଳକୁ ପହଂଚିଥିଲା । ଦମକଳ ବାହିନୀର କର୍ମଚାରୀ ବହୁ ଉଦ୍ୟମ ପରେ ନିଆଁକୁ ନିୟନ୍ତ୍ରଣ କରିପାରିଥିଲେ । ଅଗ୍ନିକାଣ୍ଡରେ କେହି ମୃତ ଅଥବା ଆହତ ହୋଇ ନାହାନ୍ତି । କ୍ୟାମିକାଲ କଣ୍ଟେନର ବିସ୍ଫୋରଣ ହେବାରୁ ନିଆଁ ଲାଗିଥିଲା ବୋଲି କୁହାଯାଉଛି । କିନ୍ତୁ ତଦନ୍ତ ପରେ ପ୍ରକୃତ ଘଟଣା ଜଡ଼ିପ ବୋଲି ବିଭାଗୀୟ ଅଧିକାରୀମାନେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ କାରଖାନାରେ ନିଆଁ ଲାଗିବା ପୂର୍ବରୁ ଏଠାରେ କାର୍ଯ୍ୟରତ ଶ୍ରମିକ ଓ ଅନ୍ୟ କର୍ମଚାରୀମାନେ ବାହାରକୁ ଆସିଯାଇଥିଲେ । 

Leave a Reply

Your email address will not be published. Required fields are marked *