ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଟି-୨୦ ଶୃଙ୍ଖଳାର ୫ମ ତଥା ନିର୍ଣ୍ଣାୟକ ମୁକାବିଲା ହେବ । ଅହମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମରେ ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଖେଳାଯିବ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ପୁଣି ଥରେ ପଡ଼ିଆକୁ ଓହ୍ଲାଇ ମ୍ୟାଚ ଜିତିବାକୁ ବଳ କଷିବ । ଟିମ୍ ଇଣ୍ଡିଆ ମ୍ୟାଚ ଜିତିବା ପାଇ ସ୍ୱତନ୍ତ୍ର ରଣନୀତି ମଧ୍ୟ ପ୍ରସ୍ତୁତ କରିଛି । ଏପର୍ଯ୍ୟନ୍ତ ଶୃଙ୍ଖଳା ୨-୨ରେ ରହିଛି । ପ୍ରଥମ ମ୍ୟାଚରେ ଇଂଲଣ୍ଡ ୮ ୱିକେଟ୍ ଓ ୩ୟ ମ୍ୟାଚରେ ଭାରତକୁ ୮ ୱିକେଟରେ ପରାସ୍ତ କରିଥିଲା । ୨ୟ ମ୍ୟାଚକୁ ଭାରତ ୭ ୱିକେଟରେ ଜିତିଥିଲା ବେଳେ ୪ର୍ଥ ମ୍ୟାଚରେ ୮ ରନ୍ରେ ବିଜୟ ଆସଲ କରିଥିଲା । ତେଣୁୁ ଆଜିର ମୁକାବିଲା ଉଭୟ ଇଂଲଣ୍ଡ ଓ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ।
