କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ ଏସସିବିରୁ ଡିସଚାର୍ଜ ହେବ ଜଗା

କଟକ ଏସସିବି ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିବ ଜଗା । ଏସସିବିରେ ଚିକିତ୍ସାଧୀନ ଥିବା ଜଗାକୁ ଫୁଲବାଣୀ ନେବାକୁ ନିଷ୍ପତି ହୋଇଛି । ଏଥିପାଇଁ ଫୁଲବାଣୀ ମେଡିକାଲର ୨ ଜଣିଆ ଟିମ ଆଜି କଟକ ଏସସିବି ପହଞ୍ଚିଛି । ଏଠାରେ ଏସସିବି କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିବେ ଫୁଲବାଣୀ ଡାକ୍ତରୀ ଟିମ । ଆଲୋଚନା ଶେଷ ହେବା ପରେ ଜଗାର ଫେରିବା ନେଇ ପ୍ରକ୍ରିିୟା ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ଫୁଲବାଣୀ ଏଡିଏମ ଅଭୟ ପଟ୍ଟନନାୟକ । କନ୍ଧମାଳ ଫିରିଙ୍ଗିଆ ମେଳୁପଡାର ଯୋଡାମୁଣ୍ଡ ଶିଶୁ ଥିଲେ ଜଗା,କାଳିଆ । ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ସେମାନଙ୍କ ମୁଣ୍ଡ ଅଲଗା ହୋଇଥିଲା । ଦିଲ୍ଲୀରୁ ଫେରିବା ପରେ ଚିକିତ୍ସାଧୀନ ଅବସ୍ଥାରେ କାଳିଆ ଆଖି ବୁଜିଥିଲା ।

Leave a Reply

Your email address will not be published. Required fields are marked *