ଓଡ଼ିଶାର ଗସ୍ତରେ ଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ସହ ପତ୍ନି ସବିତା କୋବିନ୍ଦ ବି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କଡ଼ା ସୁରକ୍ଷା ଭିତରେ ଆଜି ସକାଳୁ ପୁରୀରେ ପହଞ୍ଚିଥିଲେ ରାଷ୍ଟ୍ରପତି । ତାଙ୍କୁ ସିଂହଦ୍ୱାର ନିକଟରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ସ୍ୱାଗତ କରିଥିଲେ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଲୋକଙ୍କୁ ଦେଖି ହାତ ହଲାଇବା ସହ ମୁଣ୍ଡ ନୁଆଁଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀ । ପରେ ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଓ କୌଳିକ ପଣ୍ଡା ଶ୍ରୀମନ୍ଦିର ଭିତରକୁ ପାଇଶି ପାହାଚ ଦେଇ ରାଷ୍ଟ୍ରପତିଙ୍କୁ ପୋଛିଟି ନେଇଥିଲେ । ଶ୍ରୀମନ୍ଦିର ଭିତରେ ପାଖିପାଖି ୪୦ ମିନିଟ ରହିବେ ରାଷ୍ଟ୍ରପତି । ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ପାଇଁ ଶ୍ରୀମନ୍ଦିରରେ ବର୍ତ୍ତମାନ ବନ୍ଦ ରହିଛି ସର୍ବସାଧାରଣ ଦର୍ଶନ । ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା କଡ଼ାକଡ଼ି । ବଡ଼ଦାଣ୍ଡରେ କଟକଣା ଜାରି ହୋଇଛି । ଓଡିଶା ପୋଲିସ ୪୦ ପ୍ଲାଟୁନ ଫୋର୍ସ, ୨୫୦ ପୋଲିସ ଅଫିସର ଓ ୧୩ ଜଣ ଏସପି ଏହି ସୁରକ୍ଷା ଦାୟିତ୍ୱରେ ରହିବେ । ରାଷ୍ଟ୍ରପତିଙ୍କ ଗସ୍ତ ଦେଖି ବଡ଼ ଦାଣ୍ଡର ମେଡ଼ିକାଲ ଛକରୁ ଶ୍ରୀମନ୍ଦିର ପର୍ୟ୍ୟନ୍ତ ଆଜି ଦିନ ୧୨ଟା ଯାଏ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଶ୍ରୀମନ୍ଦିର ଦର୍ଶନ ସାରି କୋଣାର୍କ ଅଭିମୁଖେ ଯିବେ ରାଷ୍ଟ୍ରପତି
