ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

କିଛି ଦିନର ନିରବତା ପରେ ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀ ମାନେ ଚଳପ୍ରଚଳ କରୁଛନ୍ତି । ଭାରତର ସର୍ବଧାରଣ ସଂପତ୍ତି ହେଉ କି ବ୍ୟକ୍ତିଗତ ଧନ-ଜୀବନ କ୍ଷତି ପହଂଚାଇବା ପାଇଁ ଆତଙ୍କବାଦୀମାନେ ସବୁବେଳେ ଉଦ୍ୟମ କରୁଛନ୍ତି । ସୁରକ୍ଷା ବାହିନୀର ବ୍ୟାପକ ମୁତୟନ ଓ ସର୍ଚ୍ଚ ଅପରେଶନକୁ ମଧ୍ୟ ଆତଙ୍କବାଦୀମାନେ ଖାତିର କରୁ ନାହାନ୍ତି । ସୁରକ୍ଷାବାହିନୀର ଏନକାଉଣ୍ଟରରେ ୨ ଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି । ପୋଲିସ ନିହତ ଆତଙ୍କବାଦୀଙ୍କ ପରିଚୟ ଖୋଜୁଛି । କଶ୍ମୀର ଜୋନ୍ ପୋଲିସ କହିଛି ଯେ, ଶୋପିଆ  ଜିଲ୍ଲାର ମୁନିହାଲ ଅଂଚଳର ରେ ସୁରକ୍ଷା ବାହିନୀର ଯବାନମାନେ ୨ ଜଣ ଅଜ୍ଞାତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ କରିଛନ୍ତି । ସୁରକ୍ଷା ବାହିନୀ ଘଟଣା ସ୍ଥଳରୁ ବନ୍ଧୁକ, ଗୁଳି ଓ ଅନ୍ୟ ଜିନିଷ ଜବତ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସୁରକ୍ଷା ବାହିନୀ ଅତର୍କିତ ଭାବେ ମୁନିହାଲ ଅଂଚଳରେ ପହଂଚିଥିଲା । ଆତଙ୍କବାଦୀମାନେ ଆକ୍ରମଣ କରିବା ପୂର୍ବରୁ ସେନାର ଯବାନମାନେ ଗୁଳି ବର୍ଷା କରିଥିଲେ । ଶନିବାର ବିଳମ୍ବିତ ରାତିରେ ଭାରତୀୟ ସୀମା ଭିତରକୁ ପ୍ରବେଶ କରୁଥିବା ସମୟରେ ସେନାର ଯବାନମାନେ ଜଣେ ସନ୍ଦିଗ୍ଧକୁ ଗିରଫ କରିଥିଲେ । ଜମ୍ମୁ-କଶ୍ମୀରର ସୀମାନ୍ତ ସାମ୍ବା ଜିଲ୍ଲାରେ ସନ୍ଦିଗ୍ଧ ବ୍ୟକ୍ତି ଭାରତ ଆଡ଼କୁ ମୁହାଁଉଥିଲା । 

Leave a Reply

Your email address will not be published. Required fields are marked *