ତାଳଚେର ହିଙ୍ଗୁଳା ମାଇନ୍ସରୁ କୋଇଲା ଚୋରି ହୋଇ ଚାଲାଣ କରାଯାଉଥିବା ଯାଞ୍ଚବେଳେ ଏସ୍ଟିଏଫ୍ ହାତରେ ଗିରଫ ହେଲେ ଯୁବକ । ସେ ହେଲେ ଅନୁଗୋଳ କଙ୍କରେଇ ଅଞ୍ଚଳର ଅଜୟ ପ୍ରଧାନ। ଏନେଇ ଅନୁଗୋଳ ଇଣ୍ଡଷ୍ଟ୍ରିଆଲ୍ ଥାନା ପୋଲିସ ଏକ ମାମଲା (ନଂ. ୬୫/୨୧) ରୁଜୁ କରି ଅଧିକ ତଦନ୍ତ କରୁଛି। ସୂଚନା ହିଙ୍ଗୁଳା ମାଇନ୍ସରୁ ବେଆଇନ ଭାବେ ନିୟମିତ କୋଇଲା ଓ ଅନ୍ୟ ଖଣିଜ ପଦାର୍ଥ ଚୋରା ଚାଲାଣ କରାଯାଉଥିବା ନେଇ କ୍ରାଇମବ୍ରଞ୍ଚ ନିକଟରେ ଖବର ପହଞ୍ଚତ୍ଥିଲା। ତଦନ୍ତବେଳେ ହିଙ୍ଗୁଳା ମାଇନ୍ସରୁ କୋଇଲା ଓ ଅନ୍ୟାନ୍ୟ ଖଣିଜ ପଦାର୍ଥ ଚୋରି କରାଯାଇ କଙ୍କରେଇ ଅଞ୍ଚଳରେ ଏକ ଫାଙ୍କା ସ୍ଥାନରେ ଷ୍ଟୋର୍ କରାଯାଇ ବିକ୍ରି କରାଯାଉଥିବା ଜଣାପଡିଥିଲା। ଏହାପରେ ଏସ୍ଟିଏଫ୍ ଟିମ୍ ସେଠାରେ ଚଢ଼ାଉ କରି କୋଇଲା ବୋଝେଇ ଟ୍ରକ ଜବତ କରିବା ସହ ଗଚ୍ଛିତ ରଖାଯାଇଥିବା ଅନ୍ୟ ଖଣିଜ ପଦାର୍ଥକୁ ମଧ୍ୟ ଜବତ କରିଥିଲା।
