ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ତାଙ୍କ ସହ ଧର୍ମପତ୍ନୀ ସବିତା କୋବିନ୍ଦ ମଧ୍ୟ ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀମନ୍ଦିର ଉନ୍ନତି ପାଇଁ ଏକ ଲକ୍ଷ ଟଙ୍କାର ଚେକ ମଧ୍ୟ ପ୍ରଦାନ କରିଛନ୍ତି ।
ପତିତପାବନଙ୍କୁ ଦର୍ଶନ ପରେ ମା ବିମଳା, ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଛନ୍ତି । ଏହା ସହ ସେ ଶ୍ରୀମନ୍ଦିର ଐତିହ୍ୟ କରିଡର ବୁଲି ଦେଖିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପୁରୀ ଗସ୍ତରେ ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଛନ୍ତି । ପୁରୀରେ ସ୍ୱତନ୍ତ୍ର ସର୍କିଟ ହାଉସ୍ ଓ କୋଣାର୍କରେ ରାଷ୍ଟ୍ରପତିଙ୍କ ସଂକ୍ଷିପ୍ତ ରହଣୀ ଥିବାରୁ ସେଠାରେ ମଧ୍ୟ ପ୍ରସ୍ତୁତି ହୋଇଛି । ଏହା ପରେ ସେ କୋଣାର୍କ ଯାଇ ପରିଦର୍ଶନ କରିବେ ।ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ରାଷ୍ଟ୍ରପତି ସହ ଥିବା ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଆରଟିପିସିଆର କୋଭିଡ ଟେଷ୍ଟ ହୋଇଛି ।
