ଅନୁଗୁଳ ଜିଲ୍ଲା ଦୁର୍ଗାପୁରୁ ଗ୍ରାମରେ ପାରିବାରିକ କଳହରୁ ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ । ମା ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି । ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଦୁର୍ଗାପୁରୁ ଗ୍ରାମରେ ପାରିବାରିକ କଳହ କାରଣରୁ ଅଭାବନୀୟ ଘଟଣା ଘଟିଛି । ଦୁର୍ଗାପୁରୁ ଗ୍ରାମରେ ରହୁଥିବା ଗୋଟିଏ ପରିବାରର ବାପା ମା ଓ ପୁଅ ମଧ୍ୟରେ ଆଜି ସକାଳେ କୌଣସି କଥାକୁ ନେଇ ବଚସା ହୋଇଥିଲା । ପୁଅ ଉତକ୍ଷିପ୍ତ ହୋଇ ଟାଙ୍ଗଆରେ ବାପା ଓ ମାକୁ ଅତର୍କିତ ଆକ୍ରମଣ କରିଛି । ପୁଅର ଟାଙ୍ଗିଆ ଚୋଟରେ ଘଟଣାସ୍ଥଳରେ ହିଁ ବାପାର ମୃତ୍ୟୁ ଘଟିଛି । ମା ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ମାକୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ବାପା ଜଣକ ହେଲେ ବାଳକୃଷ୍ଣ ଚନ୍ଦ୍ର ବେହେରା ଓ ଗୁରୁତର ମାଙ୍କ ନାମ ରୁକୁମଣି ବେହେରା ବୋଲି ଜଣାପଡିଛି । ଖବର ପାଇ ଜରପଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି । ଅଭିଯୁକ୍ତ ପୁଅ ନାଥ ବେହେରାକୁ ପଚରାଉଚରା କରୁଛି ପୋଲିସ ।
