ଆଇଏସଏସଏଫ ବିଶ୍ୱକପ ; ତିନି ଗୋଲ୍ଡ ମେଡାଲ ସହ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଲା

ଆଇଏସଏସଏଫ ବିଶ୍ୱକପ ; ତିନି ଗୋଲ୍ଡ ମେଡାଲ ସହ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଲା

ନୂଆଦିଲ୍ଲୀର ଡକ୍ଟର କର୍ଣ୍ଣୀ ସିଂ ସୁଟିଙ୍ଗ ରେଂଜରେ ଖେଳାଯାଉଥିବା ଆଇଏସଏସଏଫ ବିଶ୍ୱକପରେ ଭାରତର ମେଡାଲ ସଂଖ୍ୟା ୧୪ ରେ ପଂହଚିଛି । ବର୍ତ୍ତମାନ ସୁଦ୍ଧା ଭାରତ ଛଅଟି ସ୍ୱର୍ଣ୍ଣ, ଚାରୋଟି ରୌପ୍ୟ ଏବଂ ଚୋରୋଟି ବ୍ରୋଂଚ ମେଡାଲ ଜିତିବା ସହ ମେଡାଲ ଟେବୁଲରେ ଶୀର୍ଷରେ ରହିଛି । ଗତକାଲି ଭାରତ ବିଭିନ୍ନ ଇଭେଣ୍ଟରେ ତିନୋଟି ସ୍ୱର୍ଣ୍ଣ ପଦକ ସହ ପାଂଚଟି ପଦକ ଜିତିଛି । ଭାରତ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଣ୍ଟ, ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟ ଆଦିରେ ସ୍ୱର୍ଣ୍ଣ ଜିତିଛି । ଏହି ବିଶ୍ୱକପରେ ଭାରତୀୟ ସୁଟର ମନୁ ଭାକର, ସୌରଭ ଚୌଧୁରୀ, ଦିବ୍ୟାଂଶୁ ସିଂ ପନୱାର ଆଦି ଖେଳାଳି ଭଲ ପ୍ରର୍ଦଶନ ଜାରି ରଖିଛନ୍ତି । ଗତକାଲି ଖେଳାଯାଇଥିବା ୧୦ମିଟର ମହିଳା ରାଇଫଲ ଦଳଗତ ମ୍ୟାଚରେ ଦିବ୍ୟାଂଶୁ ଓ ଇଲାଭେନିଲ ଯୋଡି ହଙ୍ଗେରୀର ଯୋଡି ଇସ୍ତାଭାନ ପେନି ଏବଂ ଡେନେସ ଏଜଟରଙ୍କୁ ୧୬-୧୦ ରେ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି । ସେହିପରି ମନୁ ଭାକର ଏବଂ ସୌରଭ ଚୌଧୁରୀଙ୍କ ଯୋଡି ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଇରାନର ଯୋଡି ଗୋଲନୋଶ ସେବାଗାଟୋଲ୍ଲାହୀ ଏବଂ ଜାଭାଦ ଫୋରଫିଙ୍କୁ ୧୬-୧୨ ରେ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି । ଅନ୍ୟପକ୍ଷରେ ୟଶସ୍ୱିନୀ ଦେଶୱାଲ ଏବଂ ଅଭିଷେକ ବର୍ମାଙ୍କ ଯୋଡି ତୁର୍କୀର ଯୋଡି ସେବାଭାଲ ତରହନ ଏବଂ ଇସମାଇଲ କେଲେସଙ୍କୁ ୧୭-୧୩ ରେ ହରାଇ ବ୍ରୋଂଚ ଜିତିଛନ୍ତି ।

Leave a Reply

Your email address will not be published. Required fields are marked *