ବରଗଡ଼ ପୋଲିସକୁ ସଫଳତା, 33 ହଜାର 500 ଟଙ୍କାର ନକଲି ନୋଟ ଜବତ

ବରଗଡ଼ ପୋଲିସକୁ ସଫଳତା, 33 ହଜାର 500 ଟଙ୍କାର ନକଲି ନୋଟ ଜବତ

ବରଗଡ଼ ପୋଲିସକୁ ବଡ ସଫଳତା । 33 ହଜାର 500 ଟଙ୍କାର ନକଲି ନୋଟ ଜବତ ହୋଇଛି । ଜଣେ ଛେଳି ବେପାରୀଙ୍କ ଠାରୁ ଡକାୟତି କରିବା ଫଳରେ ଫିଟିଲା ଗୁମର । ବରଗଡ଼ ଜିଲ୍ଲା ସୋହେଲା ଥାନା ଅଧୀନସ୍ଥ ଇଚ୍ଛାପାଲି ନିକଟରେ ମହମ୍ମଦ ମୋସୀମ ନାମକ ଛେଳି ବେପାରୀଙ୍କ ବେପାରୀଙ୍କ ଠାରୁ ରାସ୍ତାରେ 3 ଦୁର୍ବୃତ୍ତ ଡକାୟତି କରିଥିଲେ  ।  ସେହି କେସ ଆଧାରରେ ତଦନ୍ତ କରି ଅସଲି 3 ଲକ୍ଷ 33 ହଜାର ଟଙ୍କା, ଗୋଟିଏ ବନ୍ଧୁକ, ଗୋଟେ ଛୁରୀ, ଗୋଟେ ଲାଠି, ଗୋଟେ ପଲସର ଗାଡି ଏବଂ ନକଲି 33 ହଜାର 500 ଟଙ୍କା ଜବତ କରିଛି ପୋଲିସ । ସୋହେଲା ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଏହି ନକଲି ଟଙ୍କା ଉତ୍ତର ପ୍ରଦେଶରୁ ଆସିଥିବା ଅଭିଯୁକ୍ତ ମାନେ ବୟାନ ଦେଇଛନ୍ତି  । ବୟାନକୁ ଆଧାର କରି ଅଧିକ ତଦନ୍ତ ଚଳାଇଛି ପୋଲିସ । ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଦୁଇ ଅଭିଯୁକ୍ତ ଛତିଶଗଡ ରାଜ୍ୟର  । ତାଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହା ସହ 2ଟି ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ।

Leave a Reply

Your email address will not be published. Required fields are marked *