ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ

ଟ୍ରକ ଚାପାରେ ମହିଳାଙ୍କ ମୃତ୍ୟୁ

ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ନମ୍ବର ଜାତୀୟ ରାଜପଥ ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ଆଜି ଅପରାହ୍ନ ୪ ଘଟିକା ସମୟରେ ସିଙ୍ଗଡା ସପ୍ତାହିକ ହାଟରୁ ନିଜ ଘରକୁ ଫେରୁଥିବା ସୁନାପୋଷି ଅଞ୍ଚଳର ବୋଲି କୁହା ଯାଉଥିବା ବେଳେ ଟ୍ରକ ଚାପାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ଟ୍ରକଟି ଦ୍ରୁତଗତିରେ ଆସି ମହିଳାଙ୍କ ଉପରେ ମାଡିଯାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଘଟଣାସ୍ଥଳରେ କିଛି ଲୋକ ଟ୍ରକକୁ ଦେଖି ଅଟକାଇବା ପାଇଁ ଚେଷ୍ଟା କରିଥିଲେ ବି ଦ୍ରୁତଗତିରେ କେନ୍ଦୁଝର ପଟକୁ ଚାଲିଯାଇଛି । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପାଉତ୍ତେଜନା ଦେଖା ଦେଇଥିଲା ବେଳେ ଉତ୍ୟକ୍ତ ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରି କ୍ଷତିପୂରଣ ଦାବି କରିଛନ୍ତି । ଖବରପାଇ ଘଟଣାସ୍ଥଳରେ ରରୁଆଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳି ପାରିନି ।

Leave a Reply

Your email address will not be published. Required fields are marked *