ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ୫ ଜଣିଆ ଡକାୟତ ଦଳକୁ ଧରିବାରେ ସଫଳ

ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା, ୫ ଜଣିଆ ଡକାୟତ ଦଳକୁ ଧରିବାରେ ସଫଳ

ସୁନ୍ଦରଗଡ଼ ଟାଉନଥାନା ପୋଲିସ୍ କୁ ମିଳିଛି ବଡ଼ ସଫଳତା । ବହୁଦିନରୁ ଖୋଜୁଥିବା ୫ ଜଣିଆ ଡକାୟତ ଦଳକୁ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ କାବୁ କରିଛି । ଏହି ୫ ଜଣିଆ ଦଳ ଆଗରୁ ବହୁ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିଲେ ।

ତେବେ ଗତକାଲି ରାତିରେ ୧୦ ଦୁର୍ବୃତ୍ତ ବାଇପାସ୍ ରାସ୍ତାରେ ପୁଣି ସଶସ୍ତ୍ର ଡକାୟତି ପାଇଁ ଯୋଜନା କରୁଥିବା ସମ୍ପର୍କରେ ପୁଲିସ ପାଟ୍ରୋଲିଂ ଟିମ୍‌କୁ ଖବର ମିଳିଥିଲା । ଏହା ପରେ ପୋଲିସ୍ ଆକ୍ସନ୍ ମୋଡ଼୍ କୁ ଆସିଥିଲା ଯାହାଫଳରେ ପୋଲିସ୍ ୫ଜଣକୁ ଧରିଥିବା ସମୟରେ ଆଉ ୫ ଜଣ ଏବେ ଫେରାର୍ ହୋଇଯାଇଛନ୍ତି । ଏମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ୩ଟି ଭୁଜାଲି, ୩ଟି ମୋବାଇଲ, ୩ଟି ବାଇକ୍‌, ଲଙ୍କାଗୁଣ୍ଡ ସହ ନଗଦ ୧୪,୧୭୦ ଟଙ୍କା ଜବତ କରାଯାଇଛି । ଅଭିଯୁକ୍ତମାନେ ହେଲେ ସୁନ୍ଦରଗଡ଼ ସହରର ମହମ୍ମଦ ମୋବିନ, ଦେବାଶିଷ ତନ୍ତୀ, ମନୀଷ ତନ୍ତୀ, ସିଦ୍ଧାର୍ଥ ପଣ୍ଡା ଓ଼ ସୁରେଶ କୁସୁମ।

ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଟାଉନଥାନାରେ ୧୦ଟି ଓ ରାଜଗାଙ୍ଗପୁର ଥାନାରେ ଗୋଟିଏ ସଂଗୀନ ମାମଲା ରହିଛି। କିଛି ଦୁର୍ବୃତ୍ତଙ୍କ ନାମରେ ଦୁଷ୍କର୍ମ ତଥା ଗଂଜେଇ ଚୋରା ଚାଲାଣ ମାମଲା ରହିଥିବା ଏସ୍‌ଡିପିଓ ମଧୁସିକ୍ତା ମିଶ୍ର ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *