ମାମୁଁ-ଭେଣିଜୀ ସମ୍ପର୍କରେ କଳଙ୍କ, ହୋଲିରେ ମିଠା ଖାଇବାକୁ ଲୋଭ ଦେଖାଇ ନାବାଳିକା ଭାଣିଜୀକୁ ଦୁଷ୍କର୍ମ ଉଦ୍ୟମ କଲା ସଇତାନ୍ ମାମୁଁ ।
ଏଭଳି ଲଜ୍ଜ୍ୟାକର ଘଟଣା ଘଟିଛି କଟକ ବାଙ୍କି ଅଞ୍ଚଳରେ । ସୂଚନା ଅନୁସାରେ ବାଙ୍କି ଅଞ୍ଚଳର ନାବାଳିକା ଛୁଟି କାଟିବାକୁ ନିଜ ମାମୁଁ ଘରକୁ ଆସିଥିବା ବେଳେ ସଇତାନ୍ ସମ୍ପର୍କୀୟ ମାମୁଁ ହୋଲିରେ ମିଠା ଖାଇବାକୁ ଲୋଭ ଦେଖାଇ ନିଜ ଘରକୁ ଡାକି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା । ଏହି ସମୟରେ ନାବାଳିକା ଟି ଜୋରରେ ପାଟି କରିବାରୁ ଘଟଣା ଟି ପଦାରେ ପଡିଛି ।
ତେବେ ଏନେଇ ପୀଡିତାର ପରିବାର ଲୋକେ ବାଙ୍କି ଥାନରେ ଅଭିଯୋଗ କରିଛନ୍ତି । ପୋଲିସ୍ ମଧ୍ୟ ଘଟଣାକୁ ଗୁରୁତର ସହ ନେଇ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।
