କରୋନା ଭୟ, ପୁଣି ଏକ ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

କରୋନା ଭୟ, ପୁଣି ଏକ ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

ରାଜ୍ୟରେ କରୋନା ସଂକ୍ରମଣ ଉପର ମୁହାଁ ଥିବା ବେଳେ ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସବୁଠାରୁ ଅଧିକ ଭୟ ବଢାଇଛି କରୋନା । ଭୁବନେଶ୍ୱର ପରେ ଏବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଧ୍ୟ ଏକ ଘରୋଇ କଲେଜରୁ ୩୨ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।

ପ୍ରାଥମିକ ଭାବରେ ଆଣ୍ଟିଜେନ୍ ଟେଷ୍ଟରେ ସମସ୍ତେ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ପ୍ରଗତି କଲେଜରୁ ଏହି ୩୨ ଜଣ ଛାତ୍ରଛାତ୍ରୀ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । ଏ ସମସ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲ ର ଅନ୍ତେବାସୀ । ଯାହା ପରେ ହଷ୍ଟେଲରେ ରହୁଥିବା ଅନ୍ୟ ଅନ୍ତେବାସୀଙ୍କ ପାଇଁ ଚିନ୍ତା ବଢିଛି ଓ ଏହି ୩୨ ଜଣଙ୍କ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଅନ୍ୟ ଛାତ୍ରଛାତ୍ରୀ ମାନଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଯାଇଛି ।

Leave a Reply

Your email address will not be published. Required fields are marked *