ନନ୍ଦୀଗ୍ରାମରେ ମମତା ଓ ଶାହାଙ୍କ ଲଢ଼େଇ!

ନନ୍ଦୀଗ୍ରାମରେ ମମତା ଓ ଶାହାଙ୍କ ଲଢ଼େଇ!

ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତା ୧ ତାରିଖରେ ହେବ । ଏଥି ପାଇଁ ଆଜି ହେଉଛି ପ୍ରଚାରର ଶେଷ ଦିନ । ଅନ୍ତିମ ଦିନର ପ୍ରଚାର ଅବସରରେ ନନ୍ଦୀଗ୍ରାମରେ ତମାମ ରାଜନେତା ପହଂଚିଛନ୍ତି । ଏଠାରୁ ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀଙ୍କ ଟକ୍କର ଦେବା ପାଇଁ ରାଜ୍ୟର ଅନ୍ୟତମ ଜଣାଶୁଣା ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନରେ ବିଜେପି ଟିକେଟରେ ଓହ୍ଲାଇଛନ୍ତି । ଏହି ନିର୍ବାଚନରେ ବିଜୟୀ ହେବାକୁ ଉଭୟ ଦଳ ମଧ୍ୟ ଆଶା ରଖିଛନ୍ତି । ଏହାରି ମଧ୍ୟରେ ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପ୍ରଚାର କରିବେ । ଫିଲ୍ମ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ନନ୍ଦୀଗ୍ରାମ ରୋଡ ଶୋ’ କରି ଶୁଭେନ୍ଦୁଙ୍କ ବିଜୟ ପାଇଁ ଜନ ସମର୍ଥନ ଜୁଟାଇବେ । 

ନନ୍ଦୀଗ୍ରାମର ଗଳିକନ୍ଦିରେ ରାଜନୈତିକ ଶ୍ଲେଗାନ ଦେଖିବାକୁ ମିଳୁଛି । ନେତାଙ୍କ ପ୍ରଚାର ଓ ସମର୍ଥକଙ୍କ ଉତ୍ସାହ ବଳରେ ଉଭୟ ଟିଏମ୍‌ସି ଓ ବିଜେପି ନିର୍ବାଚନରେ ଜିତିବାକୁ ଆଶା ରଖିଛନ୍ତି । ତେଣୁ ନନ୍ଦୀଗ୍ରାମରେ କଡ଼ା ମୁକାବିଲା ହେବ ବୋଲି କୁହାଯାଉଛି । ସେଥିପାଇଁ ଉଭୟ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି । 

ସୋମବାର ମମତା ବାନାର୍ଜୀ ହୁଇଲଚେୟାରରେ ବସି ନନ୍ଦୀଗ୍ରାମର ଗଳିକନ୍ଦିରେ ପ୍ରଚାର କରିଥିଲେ । ଏହି ସମୟରେ ଶୁଭେନ୍ଦୁ ଅଧିକାରୀ ଘରକୁ ଘର ଯାଇଁ ଲୋକଙ୍କ ଠାରୁ ଆଶୀର୍ବାଦ ମାଗୁଥିଲେ । ମମତା ବାନାର୍ଜୀ ନନ୍ଦୀଗ୍ରାମରେ ଏପ୍ରିଲ ୧ ତାରିଖ ଯାଏଁ ରହିବେ । ସେ ସୋମବାର ଦିନ ପାଖାପାଖି ୮ କିଲୋମିଟର ଯାତ୍ରା କରିଥିଲେ । ରାସ୍ତାରେ ଲୋକଙ୍କ ସହିତ କଥା ହେଉଥିଲେ । ତେଣୁ ଏବେ ବୁଝାପଡୁ ନାହିଁ ଯେ, ନନ୍ଦୀଗ୍ରାମ କାହାର ହେବ । 

Leave a Reply

Your email address will not be published. Required fields are marked *