ସଚିନ ଓ ୟୁସୁଫଙ୍କ ପରେ ଇରଫାନ ପଠାନ କରୋନା ପଜିଟିଭ୍

ସଚିନ ଓ ୟୁସୁଫଙ୍କ ପରେ ଇରଫାନ ପଠାନ କରୋନା ପଜିଟିଭ୍

ରୋଡ଼ ସେଫ୍ଟି ୱାଲ୍ଡ ସିରିଜ-୨୦୨୧ରେ ସାମିଲ ହୋଇଥିବା ଆଉ ଜଣେ କ୍ରିକେଟର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା ଅଲରାଉଣ୍ଡର ଇରଫାନ ପଠାନ କୋଭିଡ-୧୯ ସଂକ୍ରମିତ ହୋଇଛନ୍ତି । ସୋସିଆଲ ମିଡିଆରେ ଇରଫାନ ପଠାନ ଏହି ସୂଚନା ଦେଇଛନ୍ତି । 

ଇରଫାନ ପଠାନ ଟୁଇଟରେ ଲେଖିଛନ୍ତି ଯେ, ମୁଁ କୋଭିଡ-୧୯ ପରୀକ୍ଷାରେ ପଜିଟିଭ ଚିହ୍ନଟ ହୋଇଛି । ମୋର ଶରୀରରେ ଏଭଳି ଲକ୍ଷଣ ଦେଖାଯାଇ ନାହିଁ । କିନ୍ତୁ ମୁଁ ନିଜକୁ ଗୃହ ସଂଗରୋଧରେ ରଖିଛି । ଯେଉଁମାନେ ନିକଟରେ ମୋ ସଂପର୍କରେ ଆସିଛନ୍ତି, ସେମାନେ କୋଭିଡ ପରୀକ୍ଷା କରିନିଅନ୍ତୁ । ଇରଫାନ୍ ପଠାନ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜରେ ଅଂଶଗ୍ରହଣ କରିଥିବା ୪ର୍ଥ କ୍ରିକେଟର, ଯିଏକି କରୋନା ପଜିଟିଭ ଜଣାପଡ଼ିଛନ୍ତି । ଏହା ପୂର୍ବରୁ ସଚିନ ତେନ୍ଦୁଲକର, ୟୁସୁଫ ପଠାନ ଓ ଏସ୍ ବ୍ରଦୀନାଥ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । 

Leave a Reply

Your email address will not be published. Required fields are marked *