ଜଣେ ଯାତ୍ରୀଙ୍କୁ କଣ୍ଡକ୍ଟର ଧକ୍କା ଦେଇଥିବା ଅଭିଯୋଗ, ଗୁରୁତର ମେଡିକାଲରେ ଭର୍ତ୍ତି

ଜଣେ ଯାତ୍ରୀଙ୍କୁ କଣ୍ଡକ୍ଟର ଧକ୍କା ଦେଇଥିବା ଅଭିଯୋଗ, ଗୁରୁତର ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱରର ହଂସପାଳରେ ‘ମୋ ବସ୍’ର କଣ୍ଡକ୍ଟର ଧକ୍କା ଦେବାପରେ ଜଣେ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଯାତ୍ରୀ ଜଣକ ହେଲେ ନିର୍ମଳେନ୍ଦୁ ପରିଡା ଅଭିଯୋଗ କରିଛନ୍ତି ଯେ ବସ୍ କର୍ମଚାରୀ ତାଙ୍କୁ ଚାଲୁଥିବା ବସରୁ ଧକ୍କା ଦେଇଥିଲେ । ଏହା ପରେ ସେ ଭାରସାମ୍ୟ ହରାଇ ରାସ୍ତାରେ ପଡିଯାଇଥିଲେ ଏବଂ ବସ୍ ତାଙ୍କ ବାମ ଗୋଡ ଉପରେ ଚଢିଯିବାରୁ ସେ ଆହତ ହୋଇଥିଲେ  । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ସହରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ମୋ ବସ୍ ସେବା ଭୁବନେଶ୍ୱର, କଟକ ଏବଂ ପୁରୀ ସହରରେ କ୍ରୁଟ ଦ୍ୱାରା ସେବା ଯୋଗାଇ ଆସୁଛି  ।

Leave a Reply

Your email address will not be published. Required fields are marked *