ଜଗତର ନାଥ ଜଗନ୍ନାଥଙ୍କ ବନକ ଲାଗି ନୀତି ଆଜି, ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ

ଜଗତର ନାଥ ଜଗନ୍ନାଥଙ୍କ ବନକ ଲାଗି ନୀତି ଆଜି, ସର୍ବସାଧାରଣଙ୍କ ପାଇଁ ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଚୈତ୍ର କୃଷ୍ଣ ତୃତୀୟ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ‘ବନକଲାଗି’ ବା ଶ୍ରୀମୁଖ ଶୃଙ୍ଗାର ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ପରେ ଅପରାହ୍ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଗୁପ୍ତନୀତି ହୋଇ ଥିବାରୁ ଦ୍ୱିପ୍ରହର ଧୂପ ସରିବା ପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ଧରି ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରୁହେ ।  ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ । ପରମ୍ପରା ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ ।

Leave a Reply

Your email address will not be published. Required fields are marked *