ପୋଲିସ୍ ହାତରେ ଧରା ହେଲେ ୮ ଦୁବୁର୍ତ୍ତ, ପଣ୍ଡ ହେଲା ଡ଼କାୟତଙ୍କ ସବୁ ଯୋଜନା

ପୋଲିସ୍ ହାତରେ ଧରା ହେଲେ ୮ ଦୁବୁର୍ତ୍ତ, ପଣ୍ଡ ହେଲା ଡ଼କାୟତଙ୍କ ସବୁ ଯୋଜନା

ପଣ୍ଡ ହେଲା ଡ଼କାୟତିଙ୍କ ସବୁ ଯୋଜନା । ଡ଼କାୟତି କରିବା ପୂର୍ବରୁ ପୋଲିସ୍ ହାତରେ ଧରାପଡ଼ିଲେ  ୮ଜଣ ଡ଼କାୟତ । ଗତକାଲି ପିପିଲି ନିର୍ବାଚନ ମଣ୍ଡଳୀରେ ପୁଲିସ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଘନଘନ ପାଟ୍ରୋଲିଂ ହେଉଛି । ଏହି ପରିପ୍ରେକ୍ଷୀରେ ଡେଲାଙ୍ଗ-ପଟ୍ଟନାୟିକା ରାସ୍ତାରେ ଆଇଆଇସିଙ୍କ ନେତୃତ୍ୱରେ ଏସ୍‌ଆଇ ଲାଇକା ମହାରଣା, ଏଏସ୍‌ଆଇ ଆଶୋକ କୁମାର ମହାପାତ୍ର, ସିପାହୀ ଜିତେନ୍ଦ୍ର କୁମାର ସ୍ୱାଇଁ, ପ୍ରଶାନ୍ତ କୁମାର ପ୍ରଧାନ, ହୋମଗାର୍ଡ ପ୍ରମୋଦ ସେଠୀ ଯାଉଥିବାବେଳେ ଶ୍ରୀପୁରୁଷୋତ୍ତମପୁର ପଞ୍ଚାୟତ ଚିତ୍ତଳପୁର ଗ୍ରାମର ଯଜ୍ଞଖଳା ଠାରେ ୮ ଜଣ ଯୁବକ ବସିଥିବା ଦେଖି ଚଢ଼ଉ କରିଥିଲେ । ପୁଲିସକୁ ଦେଖି ଅଭିଯୁକ୍ତମାନେ ସେଠାରୁ ଖସିବାକୁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କୁ ପିଛା କରିବାରୁ ସେମାନେ ୨ଟି ବୋମା ମାଡ଼ କରିଥିଲେ ବି ପୁଲିସ ବିଲରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେମାନେ ହେଲେ ଡେଲାଙ୍ଗ ଥାନା ଅଞ୍ଚଳର ସେବକସାହି ପାଟଣା ଗ୍ରାମର ରାମଚନ୍ଦ୍ର ବେହେରା(୪୩), ହାକପଡ଼ା ଗ୍ରାମର ଅଭୟ କୁମାର ସ୍ୱାଇଁ(୨୯), ତନ୍ତୀସାହି ଗ୍ରାମର ସୁଶାନ୍ତ ମଲ୍ଲିକ (୨୮), ନିମାପଡ଼ା ଥାନା ଅଞ୍ଚଳ ଡିହବାରୀ ଗ୍ରାମର ଦୀପକ ମଲ୍ଲିକ (୨୮) । ଘଟଣାସ୍ଥଳରୁ ସେମାନଙ୍କଠାରୁ ପୁଲିସ ୫ଟି ଅଫୁଟା ବୋମା, ଖଣ୍ଡା, ଶାବଳ, ଚାପଡ଼, ମାର୍ତ୍ତୁଲ, ୪ଟି ଚୋରା ବାଇକ୍ ଜବତ କରିଥିଲା ।

Leave a Reply

Your email address will not be published. Required fields are marked *