ଉତ୍ତରାଖଣ୍ଡରେ ଗୋଟିଏ ପଟରେ କୁମ୍ଭମେଳା ଜାରି ରହିଥିବା ବେଳେ ଅନ୍ୟ ପାଶ୍ୱର୍ରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ହରିଦ୍ୱାର କୁମ୍ଭ ମେଳା ସମୟରେ ଗୋଟିଏ ଆଶ୍ରମରେ ରହୁଥିବା ୩୨ ଜଣଙ୍କର ରିପୋର୍ଟରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ଥାନୀୟ ଅଂଚଳରେ ଭୟ ଦେଖାଯାଇଛି । କୁମ୍ଭମେଳା ସମୟରେ କରୋନାର ସ୍ଥିତି ଦେଖି ରାଜ୍ୟ ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । କରୋନା ସଂକ୍ରମଣ ବଢ଼ିବା ପରେ ଋଷିକେଶ ଅଂଚଳର ହରିପୁର କଳାନ ଓ ଗୀତା କୁଟୀରକୁ ପୂରା ଲକଡାଉନ କରାଯାଇଛି । ପ୍ରଶାସନ ତରଫରୁ ସ୍ଥାନୀୟ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ଘରୁ କେବଳ ଜଣେ ବ୍ୟକ୍ତି ଆବଶ୍ୟକ ସାମଗ୍ରୀ କିଣିବା ପାଇଁ ବାହାରକୁ ଯାଇପାରିବେ । ଏହାର ଅର୍ଥ ଲୋକଙ୍କୁ ବିନା କାରଣରେ ବାହାରକୁ ଯିବା ପାଇଁ ଅନୁମତି ମିଳିପାରିବ ନାହିଁ । ଡେରାଡୁନରେ ମଧ୍ୟ ୨ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ସରକାରୀ ମୋବାଇଲ ଭ୍ୟାନ୍ ଲଗାଯାଇଛି । କରୋନା ସଂକ୍ରମଣ ବଢ଼ିବା ପରେ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପ୍ରତି ମଧ୍ୟ କଟକଣା ଜାରି କରାଯାଇଛି । ଏପ୍ରିଲ ୧ ତାରିଖ ଠାରୁ ମହାରାଷ୍ଟ୍ର, କେରଳ, ପଂଜାବ, କର୍ଣ୍ଣାଟକ, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ, ହରିୟାଣା, ଉତ୍ତର ପ୍ରଦେଶ, ଦିଲ୍ଲୀ ଓ ରାଜସ୍ଥାନରୁ ଲୋକ ଆସୁଥିଲେ ସାଥୀରେ କରୋନା ନେଗେଟିଭ ରିପୋର୍ଟ ନେବାକୁ ଆଣିବାକୁ ପଡ଼ିବ । ଏହି ଆରଟି-ପିସିଆର ଟେଷ୍ଟ ରିପୋର୍ଟ ୭୨ ଘଣ୍ଟା ଭିତରେ ହୋଇଥିବା ଦରକାର । ରିପୋର୍ଟ ନେଗେଟିଭ ହେବା ଦରକାର ।
