ଭାରତୀୟ ବାୟୁସେନା ଅକ୍ସିଜେନ ଟ୍ରନ୍ସପୋର୍ଟ ପାଇଁ ୪ ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ

ଭାରତୀୟ ବାୟୁସେନା ଅକ୍ସିଜେନ ଟ୍ରନ୍ସପୋର୍ଟ ପାଇଁ ୪ ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ

ଦେଶରେ କରୋନାର କରୁଣ ପରିସ୍ଥିତି ଜାରି ରହିଥିଲା ବେଳେ ୪ଟି କ୍ରାୟୋଜନିକ ଟ୍ୟାଙ୍କକୁ ସିଙ୍ଗାପୁରରୁ ଭାରତ ଆଣିବ ଭାରତୀୟ ବାୟୁସେନା । ଏଗୁଡିକ ଦେଶର ବିଭିନ୍ନ ଯାଗାକୁ ହେଉଥିବା ଅକ୍ସିଜେନ ନେବା ଆଣିବାରେ ସହାଯ୍ୟ କରିବ । 

ଗୃହ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାଇ ଚାରୋଟି ଫାଙ୍କା ଟ୍ୟଙ୍କକୁ ଭାରତୀୟ ବାୟୁ ସେନାର ଭାରି ବିମାନ ଜରିଆରେ ଆଜି ଭାରତକୁ ଅଣାଯିବ । 

ଭାରତୀୟ ବାୟୁସେନାର ଏ-୧୭ ବିମାନ ଦିଲ୍ଲୀରୁ ସିଙ୍ଗାପୁର ଅଭିମୁଖେ ଆଜି ଭୋର ୨.୩୦ ବାହାରି ଯାଇଛି । ସେଠାରେ ଏହା ସକାଳ ସୁଦ୍ଧା ପହଁଚି ଭାରତକୁ ଆସି ସନ୍ଧ୍ୟା ବେଳକୁ ପହଁଚିବ ବୋଲି ସୂଚନା ରହିଛି ।

ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଙ୍ଗାପୁର ଏବଂ ୟୁଏଇ ରୁ ଉନ୍ନତ କ୍ଷମତା ଯୁକ୍ତ ଟ୍ୟଙ୍କର ଆଣିବା ନେଇ ନିଷ୍ପତି ହୋଇଛି ।

Leave a Reply

Your email address will not be published. Required fields are marked *