କେନ୍ଦ୍ରସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଅକ୍ସିଜେନ ଓ ଟିକା ଉପରୁ ଶୁଳ୍କ ଛାଡ –

କେନ୍ଦ୍ରସରକାରଙ୍କ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଅକ୍ସିଜେନ ଓ ଟିକା ଉପରୁ ଶୁଳ୍କ ଛାଡ –

କରୋନା ଟିକା ଓ ଅକ୍ସିଜେନ ଉପରୁ ଶୁଳ୍କ ଛାଡ ହୋଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅକ୍ସିଜେନ ଅଭାବ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

ଏହି ଗୁରୁତ୍ବପୂର୍ଣ୍ଣ ବୈଠକରେ ଆସନ୍ତା ୩ ମାସ ଯାଏଁ ଅମ୍ଳଜାନ ଓ ଟିକା ଉପରୁ କଷ୍ଟମ ଡ୍ୟୁଟି ହଟେଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଟିକା ଓ ଅକ୍ସିଜେନରେ ବହୁ ମାତ୍ରାରେ ଆବଶ୍ୟକତା ରହିଛି ।

ସରକାର ବର୍ତ୍ତମାନ ବିଦେଶରୁ ଆସୁଥିବା ଟିକା ଉପରେ ୧୦ ପ୍ରତିଶତ ସୀମାଶୁଳ୍କ ବା ଆମଦାନୀ ଶୁଳ୍କ ଓ ୧୬.୫ ପ୍ରତିଶତ ସାମାଜିକ କଲ୍ୟାଣ ସେସ୍ ଲଗାଉଥିଲେ । ହେଲେ ସରକାରଙ୍କର ଏଭଳି ନିଷ୍ପତ୍ତି ଫଳରେ ଏବେ ଦେଶରେ କରୋନା ଟିକାର ଦାମ କମିଯିବ । ଅନ୍ୟପଟେ ଏବେ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଅକ୍ସିଜେନର ଅଭାବକୁ ସାରା ଦେଶର ସମସ୍ୟା ଦେଖାଦେଇଛି ।

ଅକ୍ସିଜେନ ଅଭାବରୁ ଅନେକ ରୋଗୀଙ୍କର ମୃତ୍ୟୁ ହେଉଛି । ହେଲେ ସରକାରଙ୍କ ଏଭଳି ନିଷ୍ପତ୍ତି ଫଳରେ ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ସିଧାସଳଖ ଆବଶ୍ୟକ ସ୍ଥାନରେ ପହଂଚିପାରିବ ।

ତେଣୁ ଲୋକଙ୍କ ପାଖରେ ଏହା କିଭଳି ସହଜରେ ପହଂଚି ପାରିବ ତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସେହି ବୈଠକରେ କୋଭିଡ ଭ୍ୟାକ୍ସିନ, ଅମ୍ଳଜାନ ଓ ଅମ୍ଳଜାନ ସହ ଜଡିତ ଦ୍ରବ୍ୟ ଉପରୁ କଷ୍ଟମ ଡ୍ୟୁଟି ହଟାଇବା ପାଇଁ ଘୋଷଣା ହୋଇଛି ।

Leave a Reply

Your email address will not be published. Required fields are marked *