ନିଆଁ ଲାଗି ଇରIକ୍‌ର କୋଭିଡ ହସପିଟାଲ୍‌ରେ  ୮୨ ମୃତ, ୧୧୦ ଗୁରୁତର ଆହାତ

ନିଆଁ ଲାଗି ଇରIକ୍‌ର କୋଭିଡ ହସପିଟାଲ୍‌ରେ ୮୨ ମୃତ, ୧୧୦ ଗୁରୁତର ଆହାତ

ଇରାକର ବାଗଦାଦ ସହରର ଏକ ଡାକ୍ତରଖାନ ନିକଟରେ ଗୋଟିଏ ଅକ୍ସିଜେନ ଟ୍ୟାଙ୍କର ବିସ୍ପୋରଣ ହେବା ଫଳରେ ୮୨ ଜଣଙ୍କର ମୃତ୍ୟୁ ଘଟିଥିଲା ବେଳେ ୧୧୦ ଜଣ ଗୁରୁତର ଭାବରେ ଆହାତ ହୋଇଛନ୍ତି । ଏହି ଡାକ୍ତରଖାନାରେ କରୋନାରେ ପିଡିତ ରୋଗିଙ୍କର ଚିକିତ୍ସା ଚାଲିଥିଲା ବୋଲି ଇରାକ୍‌ର ଅନ୍ତରାଜ୍ୟ ମନ୍ତ୍ରାଳୟର ମୁଖପାତ୍ର ସୂଚନା ଦେଇଛନ୍ତି ।

ଏହା ସହିତ ସେ କହିଛନ୍ତି ଯେ ଭବିସ୍ୟତରେ ଯେପରି ଏଭଳି ଅଭାବନିୟ ଘଟଣା ନଘଟେ ସେଥିଲାଗି ଆମେ ସବୁ ଡାକ୍ତରଖାନା ଗୁଡିକର ଅଗ୍ନି ନୀରାପତା ବ୍ୟବସ୍ଥାକୁ କଡାକଡି ଭାବରେ ଯାଚଂ କରିବୁ ବୋଲି କହିଛନ୍ତି ।

ଗତକାଲି ବାଗଦାଦ୍ ଅଚଂଳର ଇବନ୍ ଖତିବ୍ ଡାକ୍ତରକାନାରେ ନିଆଁ ଲାଗି ଏଭଳି ଘଟଣା ଘଟିଛି । ପୁର୍ବରୁ ମୃତକଙ୍କ ସଂଖ୍ୟା ୩୫ ରୁ ୪୦ ଭିତରେ ହେବ ବୋଲି କୁହାଯାଉଥିଲା ବେଳେ ଏହା ଏବେ ୮୨ରେ ପହଁଚିଛି । 

ଜଣେ ପ୍ରତ୍ୟକ୍ଷ ଦର୍ଶଙ୍କ କହିବା ମୁତାବକ ନିଆଁରୁ ଉଦ୍ଦାର ପାଇବା ପାଇଁ ଲୋକେ ମେଡିକାଲର ଝରକାର ଡେଉଁଥିବା କଥା ସେ କହିଛନ୍ତି । ଘଟଣା ପରେ ଚିକିତ୍ସିତ ରୋଗି ମାନଙ୍କୁ ଅଣୟ ପାଖ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ବେଳେ କିଛି ଲୋକ ସେମାନଙ୍କ ଆତ୍ମିୟ ପରିଜନଙ୍କୁ ଅନ୍ୟ କେଉଁଠି ନପାଇ ସେଠାରେ ରହିଛନ୍ତି । ତେବେ ଏ ଘଟଣାର ତଦନ୍ତ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *