NH -16 ବଡପୋଖରୀଆ ନିକଟସ୍ଥ ମର୍ମନ୍ତୁଦ ଦୁର୍ଘଟଣାରେ ଭଉଣୀ ମୃତ ଭାଇ ଗୁରୁତର-

NH -16 ବଡପୋଖରୀଆ ନିକଟସ୍ଥ ମର୍ମନ୍ତୁଦ ଦୁର୍ଘଟଣାରେ ଭଉଣୀ ମୃତ ଭାଇ ଗୁରୁତର-

ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ବଡପୋଖରୀଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଭଉଣୀ ମୃତ ଭାଇ ଗୁରୁତର ।

ଆଜି ସକାଳେ ଭାଇ ଭଉଣୀ ଦୁହେଁ ଭୂବନେଶ୍ୱରରୁ ଏକ ସ୍କୁଟିରେ ବ୍ରହ୍ମପୁର ଅଭିମୁଖେ ଯାଉଥିଲେ । ସେହି ସମୟରେ ଖୋର୍ଦ୍ଧା ଜିଲ୍ଲା ନଂ୧୬ ଜାତୀୟ ରାଜପଥ ବଡପୋଖରୀଆ ନିକଟରେ ସାମନା ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଭାଇ ଭଉଣୀ ଦୁହେଁ ଛିଟିକି ପଡିଥିଲେ । ଘଟଣାସ୍ଥଳରେ ଭଉଣୀ ମୃତ୍ୟୁବରଣ କରିଥିଲେ ।  ଭାଇକୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡ଼ିକାଲକୁ ପଠାଯାଇଛି ।

ଖବର ପାଇ ଘଟଣାସ୍ଥଳରେ ରାଜପଥ ପାଟ୍ରୋଲିଂ ପୋଲିସ ପହଞ୍ଚି ଗାଡି ଜବତ କରି ତଦନ୍ତ ଜାରି ରଖିଛି । ମୃତକ ଜଣଙ୍କ ହେଲେ ସାଗରୀକା ପାଢୀ । ସାଗରୀକା କୁକୁଡ଼ାଖଣ୍ଡି ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ଥିଲେ ।

Leave a Reply

Your email address will not be published. Required fields are marked *