ଜଗା ରାଉତ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟକଳାକାରଙ୍କ କରୋନାରେ ମୃତ୍ୟୁ-

ଜଗା ରାଉତ ଯାତ୍ରା ଜଗତର ପ୍ରସିଦ୍ଧ ହାସ୍ୟକଳାକାରଙ୍କ କରୋନାରେ ମୃତ୍ୟୁ-

ଜଲିଉଡ ବା ଯାତ୍ରାଜଗତର ଅଭିନେତା ତଥା ହାସ୍ୟ କଳାକାର ଜଗା ରାଉତ କରୋନାରେ ପ୍ରାଣ ହରାଇଛନ୍ତି । ସେ ଜଗା ମଉସା ଭାବରେ ଖୁବ୍ ଜଣାଶୁଣା ।  

ଯାତ୍ରା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟ ଥିବା ସ୍ବର୍ଗତ ରାଉତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଚିକିତ୍ସିତ ଥିଲେ। ତେବେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ତାଙ୍କର ବ୍ୟଙ୍ଗାତ୍ମକ ଅଭିନୟ ପାଇଁ ସେ ବେଶ୍ ଜଣାଶୁଣା । ୬୦ ବର୍ଷରୁ ଅଧିକ ସମୟ ଧରି ଓଡିଆ ଯାତ୍ରା ଜଗତ ସହ ଜଡିତ ଥିଲେ । ୩୫ ବର୍ଷ ବୟସରେ ସେ ଓଡିଆ ଯାତ୍ରା ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ ।

ସେ ‘ରାଜଧାନୀ ତତେ ଜୁହାର, ନକହିଲେ କୂଳ ଭାସିଯାଉଛି, କାଗଜ ଫୁଲ ଏବଂ ବୋହୂ ଆଣିଥିଲା ବେଶ୍ୟାପଡାରୁ ସମେତ ଶହ ଶହ ଯାତ୍ରାରେ ଅଭିନୟ କରିଛନ୍ତି ।

Leave a Reply

Your email address will not be published. Required fields are marked *