
ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଛି । ଏଥିରୁ ପ୍ରାୟ ୫୦ ପ୍ରତିଶତ ସଂକ୍ରମିତ ପଶ୍ଚିମ ଓଡିଶାରୁ ଚିହ୍ନଟ ହେଉଛନ୍ତି । ତେବେ ପଶ୍ଚିମ ଓଡିଶାର ଯେଉଁ ଜିଲ୍ଲା ଗୁଡିକରେ ସକ୍ରମଣର ହାର ଅଧିକ ରହିଛି ସେଇ ଜିଲ୍ଲା ଗୁଡିକୁ ୧୨ ଜଣ ଓଏଏସ୍ ଅଫିସଙ୍କୁ ଡେପୁିଟେସନ୍ ରେ ପଠାଇଛନ୍ତି ଓଡିଶା ସରକାର ।
ସେମାନେ ହେଲେ ହେମନ୍ତ କୁମାର ସିଂ ,ବିବେକାନନ୍ଦ ସାହୁ, , ଶ୍ୱେତ କୁମାର ଦାସଙ୍କୁ ନୂଆପଡ଼ା ଦାୟିତ୍ୱ । ଅଯୋଧ୍ୟାକାନ୍ତ ଶତପଥୀ, ଦିଲ୍ଲୀପ ମହାପାତ୍ରଙ୍କୁ ବଲାଙ୍ଗିର । ଦୁର୍ଗା ପ୍ରସାଦ ମହାପାତ୍ର, ଧିରେନ୍ଦ୍ରନାଥ କରଙ୍କୁ ବରଗଡ଼ । ମଧୁସୂଦନ ବେହେରା, ପ୍ରଭାତ ସାହୁ, ସନ୍ତୋଷ ଦାସଙ୍କୁ ସମ୍ବଲପୁର । ଆଶିଷ ଜେନା ଏବଂ ଦେବାଶିଷ ପଟ୍ଟନାୟକ ଗଲେ ସୁନ୍ଦରଗଡ଼ ।