
ରାଜ୍ୟରେ ଅସହ୍ୟ ତାତିରୁ ମିଳିବ ସାମାନ୍ୟ ନିସ୍ତାର । ଆଜି ଓ ଆସନ୍ତାକାଲି ଘଡଘଡି, ବଜ୍ରପାତ ସହ ଝଡବର୍ଷା ସମ୍ଭାବନା ନେଇ ସତର୍କ ରହିବାକୁ ପରାମର୍ଶ । ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ବଢୁଛି । ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି । ଏହାରି ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଆକଳନ କରାଯାଇଛି । ଆଜି 5 ଜିଲ୍ଲା ଓ ଆସନ୍ତାକାଲି 9ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବଜ୍ରପାତ ସହ ଏହି ସବୁ ଜିଲ୍ଲାରେ ଆଜି ବର୍ଷା ହୋଇପାରେ।
ସେହିପରି ଆସନ୍ତାକାଲି ମଧ୍ୟ ଅନେକ ସ୍ଥାନରେ ବଜ୍ରପାତ ଓ ଝଡବର୍ଷା ସମ୍ଭାବନା ରହିଛି । 9ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, କେନ୍ଦୁଝର ଓ ମୟୂରଭଞ୍ଜ । ଝଡବର୍ଷା ସମୟରେ ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା 2 ଦିନ ଯାଏଁ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ ।