କରୋନା ଆକ୍ରାନ୍ତଙ୍କ ଜୀବନ ଆମ୍ବୁଲାନ୍ସରେ ଚାଲିଗଲା : କୋଭିଡ କେୟାରକୁ ପ୍ରବେଶ ପାଇଁ ମିଳିଲାନି ଅନୁମତି,

କରୋନା ଆକ୍ରାନ୍ତଙ୍କ ଜୀବନ ଆମ୍ବୁଲାନ୍ସରେ ଚାଲିଗଲା : କୋଭିଡ କେୟାରକୁ ପ୍ରବେଶ ପାଇଁ ମିଳିଲାନି ଅନୁମତି,

କୋଭିଡ କେୟାର ସମ୍ମୁଖରେ ଚାଲିଗଲା କରୋନା ରୋଗୀର ଜୀବନ । ଆମ୍ବୁଲାନ୍ସରେ ଛଟପଟ ହୋଇ ଆଖି ବୁଜିଲେ କୋଭିଡ ଆକ୍ରାନ୍ତ । ଏପରି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।

ଗଞ୍ଜାମ ଜିଲ୍ଲା ଆସିକା କବିସୂର୍ଯ୍ୟନଗରର ପ୍ରଦୀପ ସାହୁଙ୍କୁ ନିଶ୍ଵାସ ନେବାରେ କଷ୍ଟ ହେବାରୁ ତାଙ୍କୁ କବିସୂର୍ଯ୍ୟନଗର ମେଡ଼ିକାଲ ଆଣିଥିଲେ ପରିବାର ଲୋକ । ପରେ ବାବନପୁର କୋଭିଡ ହସ୍ପିଟାଲକୁ ତାଙ୍କୁ ରେଫର କରାଯାଇଥିଲା । ଆମ୍ବୁଲାନ୍ସ ଯୋଗେ କୋଭିଡ ହସ୍ପିଟାଲକୁ ନେଲେ ପରିବାର ଲୋକେ । ହେଲେ ମେଡିକାଲ ଭିତରକୁ ପ୍ରବେଶ ପାଇଁ ଅନୁମତି ମିଳିଲା ନାହିଁ । 30ରୁ 45 ମିନିଟ ସମୟ ଧରି ମେଡିକାଲ ସମ୍ମୁଖରେ ଅଟକିଲା ଆମ୍ବୁଲାନ୍ସ । କିନ୍ତୁ ମେଡିକାଲ ଭିତରକୁ ଯାଇପାରିଲେ ନାହିଁ ରୋଗୀ ।

ବାରମ୍ବାର କାକୁତି ମିନତି ପରେ ବି କେହି ଶୁଣିଲେନି । ଯାହାର ଏକ ଭିଡିଓ ଭାଇରାଲ ହୋଇଛି । ଶେଷରେ ଆମ୍ବୁଲାନ୍ସରେ ପଡି ପଡି ଚାଲିଗଲା ପ୍ରଦୀପଙ୍କ ଜୀବନ ।

Leave a Reply

Your email address will not be published. Required fields are marked *