
କରୋନାରେ ସଂକ୍ରମିତ ହୋଇ କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । କିଛି ଦିନ ପୂର୍ବେ କଂଗ୍ରେସର ପୂର୍ବତନ ମହାରାଷ୍ଟ୍ର ମୁଖ୍ୟ ଏକନାଥ ଗାଏକ୍ୱାଡ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲେ ।
ଆଜି ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ସ୍ବର୍ଗତ ଗାଏକ୍ବାଡ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବୁଧବାର ପ୍ରାୟ ୧୦.୩୦ ସମୟରେ ତାଙ୍କର ମୃତ୍ୟୁ ହୋଇଛି ।
ସ୍ବର୍ଗତ ଗାଏକ୍ବାଡ କଂଗ୍ରେସ ଟିକେଟରୁ ୨୦୦୪ ରୁ ୨୦୦୯ ଓ ୨୦୦୯ ରୁ ୨୦୧୪ ଯାଏ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେ ମୁମ୍ବାଇର ଧାରାବି ନିର୍ବାଚନ ମଣ୍ଡଳୀରୁ ତିନିଥର ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ତାଙ୍କ ଝିଅ ବର୍ଷା ଗାଏକ୍ୱାଡ ଏବେ ମହାରାଷ୍ଟ୍ର ସରକାରରେ ଶିକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।