
ରାୟଗଡ଼ା ଜିଲ୍ଲା କାଶୀପୁରରେ ନିଜକୁ ଗୁଳି କରି BSF ଯବାନଙ୍କ ଆତ୍ମହତ୍ୟା । ନିଜ ରାଇଫଲରୁ ଗୁଳି କରି ଯବାନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।
କାଶୀପୁର ଥାନା ଅନ୍ତର୍ଗତ ବିଏସଏଫ 68 ବାଟାଲିୟନର ଯବାନ ଆଜି ସୁରକ୍ଷା ପାଇଁ ନିଜ ପାଖରେ ରଖିଥିବା ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ମୃତ ଯବାନ ହେଲେ ଦିଲୀପ କୁମାର ମାହି । ଗତ 4 ମାସ ତଳେ ବିବାହ କରିଥିଲେ BSF ଯବାନ ଦିଲୀପ ମାହି ।
ପାରିବାରିକ କଳହରୁ ଦିଲୀପ ଆତ୍ମହତ୍ୟା କରିଥିବା ପ୍ରାଥମିକ ସୂଚନାରୁ ସନ୍ଦେହ କରାଯାଉଛି । ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରିବା ସହ ତାଙ୍କ ଆତ୍ମହତ୍ୟା ପଛର ରହସ୍ୟ ଖୋଜୁଛି ।

