
ରାଜ୍ୟରେ କରୋନାର କରାଳ ରୂପ ଦେଖିବାକୁ ମିଳୁଛି । କରୋନର ପ୍ରତିଦିନ ଲମ୍ବା ଡିଆଁ ମାରୁଥିବା ବେଳେ ଏବେ କରୋନା ମହାମରୀର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ବଢାଇଛି । ବିଶେଷ କରି ରାଜଧାନୀ ଭୁବନେଶ୍ୱର ଏବେ ସବୁଠାରୁ ଅଧିକ ଡେଞ୍ଜର ଜୋନ୍ ରେ ରହିଛି ।
ରାଜଧାନୀର କରୋନା ଗ୍ରାଫ ଅତି କ୍ଷୀପ୍ର ବେଗରେ ବଢୁଥିବା ବେଳେ ଏହି ସଂକ୍ରମଣ କଟକ ର ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାର ପ୍ରମୁଖ କାରଣ ପଲଟିଛି । ଯାହାକୁ ନେଇ ଏବେ ଟ୍ୱିନସିଟିରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଆସି ଉପୁଜିଛି ବୋଲି ଆଜି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଟ୍ୱିନସିଟିରେ କମ୍ୟୁନିଟି ସ୍ପ୍ରେଡ୍ ବା ଗୋଷ୍ଠୀ ସଂକ୍ରମଣ ର ସ୍ଥିତି ଏତେ ଭୟଙ୍କର ରହିଛି ଯେ ଦ୍ୱତନଗରୀରେ ଜଣେ ଲୋକ ଦ୍ୱାରା ୨୦୦ ଲୋକ ସଂକ୍ରମିତ ହୋଇପାରନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । କରୋନା ଯେଉଁଭଳି ଅଣାୟତ ହେବାରେ ଲାଗିଛି ଏବଂ ରାଜ୍ୟର ସ୍ଥିତି ଯେଉଁଭଳି ବିଗିଡିବାରେ ଲାଗିଛି ସେଭଳି ସମୟରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଏହି ସୂଚନା ଏବେ ଟ୍ୱିନସିଟି ବାସୀଙ୍କ ଚିନ୍ତା ବଢାଇଛି ।
ରାଜ୍ୟରେ ପୁଣି ଥରେ ନାଇଟ୍ କର୍ଫ୍ୟୁ ସହିତ ସପ୍ତାହନ୍ତ ସଟଡାଉନ୍ ମଧ୍ୟ ଫେରିଛି ହେଲେ ସ୍ଥିତି ପୂର୍ବ ଭଳି ଜଟିଳ ରହିଛି। କରୋନା ମହାମାରୀକୁ ଆୟତକୁ ଆଣିବା ପାଇଁ ଯେତେ ମାତ୍ରାରେ ପଦକ୍ଷପ ଗ୍ରହଣ କରାଗଲେ ବି ସବୁ ଉପରେ ଭାରି ପଡୁଛି ଭୂତାଣୁ ।
ଅନ୍ୟପଟେ ଆଜି ରାଜ୍ୟରେ ଅତି ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି ଦୈନିକ ସଂକ୍ରମଣ ସଂଖ୍ୟା । ସବୁ ରେକର୍ଡ ଭାଙ୍ଗି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୮୬ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି କଟକ ସ୍ଥିତି ମଧ୍ୟ ଧିରେ ôଦରେ ବିଗିଡାବରେ ଲାଗିଛି ଆଜି କଟକ ଜିଲ୍ଲାରୁ ୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।