ଏନକାଉଣ୍ଟର ଶେଖ୍ ବାବୁ କଟକରେ କମିଶନରେଟ ପୋଲିସ ଦ୍ୱାରା ଗିରଫ-

ଏନକାଉଣ୍ଟର ଶେଖ୍ ବାବୁ କଟକରେ କମିଶନରେଟ ପୋଲିସ ଦ୍ୱାରା ଗିରଫ-

ଦୁର୍ଦ୍ଧନ୍ତ ଅପରାଧୀ ଶେଖ୍ ବାବୁକୁ ଏନକଉଣ୍ଟର କରି ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି କଟକର ବାରଙ୍ଗ ନିକଟରେ ଶେଖ ବାବୁକୁ ଧରିବାକୁ କମିଶନରେଟର ସ୍ପେଷାଲ୍ ସ୍ୱାଡ୍ ଉଦ୍ୟମ କରୁଥିଲା ବେଳେ ଶେଖ ବାବୁ ପୋଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ପାଲଟା ଏନକାଉଣ୍ଟରରେ ଶେଖ ବାବକୁର ଗୋଡରେ ଗୁଳି ବାଜିଥିଲା ଏବଂ ପରେ ତାକୁ କଟକ ବଡ ମେଡିକାଲରେ ଭର୍ତି କାରଯାଇଥିଲା । 

ଶେଖ ବାବୁ ନାଁରେ କଟକର ବିଭିନ୍ନ ଥାନାରେ ୨୦ରୁ ଉର୍ଦ୍ଧ ମାମାଲା ରହିଛି । ପୋଲିସ ବିଷେଶ ସୁତ୍ରରୁ ଖବର ପାଇ ଶେଖକୁ କଟକ ବାରଙ୍ଗ ନିକଟରେ ସ୍କୁଟିରେ ଯାଉଥିବା ସମୟରେ ପୋଲିସ ଅଟକାଇବାକୁ ଚେଷ୍ଟା କରୁଥିବା ସମୟରେ ସେ ଖସିଯିବାକୁ ଉଦ୍ୟମ କରି ପୋଲିସ ଉପରକୁ ଗୁଳି ଚଲାଇଥିଲା । ଏହାର ପାଲଟା ଜବାବାରେ ପୋଲିସ ତରଫରୁ ଦୁଇ ରାଉଣ୍ଟ ଗୁଳି ଚଳାଯାଇଥିଲା । ଏକ ଗୁଳି ବାବୁର ବାମ ଗୋଡ ଆଣଣ୍ଠୁରେ ବାଜିବାରୁ ସେ ତଳେ ପଡିଯାଇଥିଲା । 

ତେବେ ଘଟଣା ସ୍ଥଳରୁ ବାବୁ ନିକଟରୁ ପୋଲିସ ଏକ ୯ଏମଏମ ବନ୍ଧୁକ, ୧ ରାଉଣ୍ଟ ଗୁଳି ଏବଂ ସେ ଯାଉଥିବା ସ୍କୁଟିକୁ ଜବତ କରିଛି । 

Leave a Reply

Your email address will not be published. Required fields are marked *